ଆସନ୍ତା ୧୨ରୁ ଯୁକ୍ତ ଦୁଇ ନାମଲେଖା, ବଢିଲା ୫୪ ହଜାର ସିଟ୍

ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେବ +୨ (ଯୁକ୍ତ ଦୁଇ) ଆଡମିଶନ ପ୍ରକ୍ରିୟା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି। SAMS ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ।

ଭୁବନେଶ୍ୱର: ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେବ +୨ (ଯୁକ୍ତ ଦୁଇ) ଆଡମିଶନ ପ୍ରକ୍ରିୟା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି। SAMS ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ।

Plus two Admission

ସେ କହିଛନ୍ତି, ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ ଆଡ୍‌ମିଶନ୍ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଆଡ୍‌ମିଶନ୍ ଫି'କୁ ବୃଦ୍ଧି କରାଯାଇ ନାହିଁ। ସେଲ୍‌ଫ୍ ଫାଇନାନ୍ସ କୋର୍ସରେ ମଧ୍ୟ ଫି' ବଢ଼ା ଯାଇ ନାହିଁ।

ଅନ୍ୟପଟେ ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ଟି ସିଟ୍‌ ବୃଦ୍ଧି କରାଯାଇଛି। ତେବେ ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ। ଯଦି ଦେଖିବା କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା କିନ୍ତୁ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିଲା। ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ଆସିଥିଲା କିନ୍ତୁ ୧୩ ହଜାର ସିଟ୍‌ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ହଜାର ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+