ଆସନ୍ତା ୨୮ରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର। ଏଥିପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର।

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର। ଏଥିପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର। ଯଦି କୌଣସି ଠାରେ ଅସୁବିଧା ଥାଏ, ତାହାହେଲେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଆଇସିଡିଏସ୍ ନିର୍ଦ୍ଦେଶକ ।

Anganwadi Center

ସବୁ ଅଙ୍ଗନବାଡି କର୍ମୀ ସମ୍ପୂର୍ଣ୍ଣ କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନ ଥାନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ହେବ।

ମହାମାରୀ କରୋନା ପାଇଁ ଗତବର୍ଷ ଏପ୍ରିଲ 19 ତାରିଖରୁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲା । କିନ୍ତୁ ଛୋଟ ପିଲାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଯୋଗାଇ ଦେଉଥିଲେ ରାଜ୍ୟ ସରକାର। ଏବେ କରୋନାର କୋପ କମିବା ପରେ ରାଜ୍ୟ ସରକାର ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିଲେ। ତା'ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+