ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରସ୍ତୁତି, ୬ରୁ ଖୋଲିବ ହଷ୍ଟେଲ୍
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକର ହଷ୍ଟେଲ ଗୁଡ଼ିକୁ ୬ ତାରିଖରୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।
ଭୁବନେଶ୍ୱର: ଆସନ୍ତା ୭ ତାରିଖ ଅର୍ଥାତ ସୋମବାରଠାରୁ ଖୋଲିବ ସ୍କୁଲ ଓ କଲେଜ । ଆଲମ୍ଭ ହେବ କ୍ଲାସରୁମ୍ ପାଠପଢ଼ା । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକର ହଷ୍ଟେଲ ଗୁଡ଼ିକୁ ୬ ତାରିଖରୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।

କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ହାଇକୋର୍ଟ ସରକାରଙ୍କ ନିଷ୍ପତି ନେବା ପୂର୍ବଦିନ ଦୁଇ ମାସ ମଧ୍ୟରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଓମିକ୍ରନ ସଂକ୍ରମଣ ବଢିବା ପରେ ଜାନୁଆରୀରେ ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।
ସେହିପରି ଫେବ୍ରୁଆରୀ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍ ମାଧ୍ୟମରେ ହୋଇପାରିବ। ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିବା ବିଭାଗଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡଲାଇନ୍ ଜାରି କରିବେ।












Click it and Unblock the Notifications