ଖୋଲିବ ରାଜ୍ୟର ସମସ୍ତ କଲେଜ, ଘୋଷଣା ହେଲା ତାରିଖ
ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି ।
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ସେହିପରି ହଷ୍ଟେଲ ଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ କୁହାଯାଇଛି। ପିଜି ପ୍ରଥମ ବର୍ଷ ୟୁଜି ପ୍ରି ଫାଇନାଲ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲାଯିବ । ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପିଜି ଏବଂ ୟୁଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ଲାଇନ୍ ମାଧ୍ୟମରେ ହେବ ।
ସୂଚନାଯୋଗ୍ୟ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ। ସେହିପରି ଅଗଷ୍ଟ ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ।












Click it and Unblock the Notifications