Get Updates
Get notified of breaking news, exclusive insights, and must-see stories!

ବଡ ଖବର: ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି SRC । ନୂଆ ଗାଇଡଲାଇନ ଅନୁସାରେ ଆସନ୍ତା ଜାନୁଆରୀ ୧୦ରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ ।

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି SRC । ନୂଆ ଗାଇଡଲାଇନ ଅନୁସାରେ ଆସନ୍ତା ଜାନୁଆରୀ ୧୦ରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ ବୋଲି ନୂଆ ଗାଇଡଲାଇନ ଉଲ୍ଲେଖ ରହିଛି । ସମସ୍ତ ଅଫଲାଇନ କ୍ଲାସକୁ ବାରଣ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅନଲାଇନ କ୍ଲାସରେ ପାଠ ପଢାଇପାରିବେ ।

University

ଶିକ୍ଷାନୁଷ୍ଠାନ ବନ୍ଦ ସହ ସମସ୍ତ ହଷ୍ଟେଲକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଯେଉଁମାନେ ଯେଉଁମାନେ ଗବେଷଣା/ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଚ୍ଛା କରନ୍ତି, ତେବେ ଅଣ୍ଡରଟେକିଂ ଦେଇ ରହିପାରିବେ । ଏହାବାଦ୍ ଯେଉଁ ଅଫଲାଇନ ପରୀକ୍ଷା ଚାଲୁଛି ତାହା ଜାରି ରହିବ ବୋଲି କୁହାଯାଇଛି ।

ସେହିପରି ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଆସନ୍ତା ୧୦ରୁ ବନ୍ଦ ରହିବ । କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେଉଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଡ୍ୟୁଟି କରିବେ ବୋଲି କୁହାଯାଇଛି । ତେବେ ଏହି ସମୟ ସୀମା ଭିତରେ କୌଣସି କୋଚିଂ କ୍ଲାସରେ ଅଫଲାଇନ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି କୁହାଯାଇଛି । କେବଳ ଅନଲାଇନ ମାଧ୍ୟମରେ କୋଚିଂ କ୍ଲାସ ଜାରି ରହିପାରିବ । ତେବେ କରୋନା ଗାଇଡଲାଇନ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଆରସି । ଏହାପୂର୍ବରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସକୁ ବନ୍ଦ କରିଥିଲେ ରାଜ୍ୟ ସରକାର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+