ବଡ ଖବର: ସ୍କୁଲ ପରେ କମିଲା କଲେଜ ଛାତ୍ରଛାତ୍ରୀଙ୍କ ଖରାଦିନ ଛୁଟି
ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କମିଲା ଖରାଛୁଟି । ଜୁନ୍ ୧ରୁ ଜୁନ୍ ୧୬ ଯାଏଁ ଖରାଛୁଟି ପାଇଁ ନିଷ୍ପତ୍ତି ।
ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କମିଲା ଖରାଛୁଟି । ଜୁନ୍ ୧ରୁ ଜୁନ୍ ୧୬ ଯାଏଁ ଖରାଛୁଟି ପାଇଁ ନିଷ୍ପତ୍ତି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ।

କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ସ୍କୁଲରେ ମଧ୍ୟ ଖରା ଛୁଟି କାଣ୍ଟଛାଣ୍ଟ କରାଯାଇଥିଲା । ମେ' ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ହେବ ଖରାଛୁଟି ।












Click it and Unblock the Notifications