ଏପ୍ରିଲ୍ ୧୩ରୁ ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା
ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍ ପରୀକ୍ଷା-୨ ।
ଭୁବନେଶ୍ୱର: ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍ ପରୀକ୍ଷା-୨ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲରେ ହେବ ମୂଲ୍ୟାୟନ ।

ତେବେ ଖରାକୁ ଦୃଷ୍ଟିରେ ରଖି ପିଲାମାନଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ନିଜ ସ୍କୁଲରେ ନହୋଇ ପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ସେହିପରି ମାଟ୍ରିକ ପରୀକ୍ଷା ନେଇ ମଧ୍ୟ ବୋର୍ଡ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଫାଷ୍ଟ ସିଟିଂ ପରୀକ୍ଷା ସକାଳ ୮ଟାରୁ ହେବ । ୨୯ ଏପ୍ରିଲରୁ ୭ ମେ ଯାଏଁ ପରୀକ୍ଷା ହେବ । ୮୦ ମାର୍କ ପାଇଁ ୨ ଘଣ୍ଟା ସମୟ ଦିଆଯିବ । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡା ସମସ୍ତ ପରୀକ୍ଷା ୮୦ ମାର୍କର ହେବ । ୮୦ ମାର୍କରୁ ମଲ୍ଟିପୁଲ ପାଇଁ ୫୦, ସବଜେକ୍ଟିଭ ପାଇଁ ୩୦ ମାର୍କ । ମଲ୍ଟିପୁଲ ପାଇଁ ପରୀକ୍ଷାର୍ଥୀ ଓଏମଆର ସିଟରେ ପରୀକ୍ଷା ଦେବେ । ଗଣିତ ପାଇଁ ୧୫ ମିନିଟ ଅତିରିକ୍ତ ସମୟ ଦିଆଯିବ ।












Click it and Unblock the Notifications