କମ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍
ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ସିଲାବସ୍ ହ୍ରାସ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ମହାମାରୀ କରୋନା ପ୍ରଭାବରୁ ଚଳିତ ବର୍ଷ ମଧ୍ୟ ସ୍କୁଲ ଖୋଲି ନ ପାରିବା ନେଇ ଅନୁମାନ କରାଯାଉଛି । ସେପଟେ ୟୁଟ୍ୟୁବ ମାଧ୍ୟମରେ ଆରମ୍ଭ ହୋଇଛି ପାଠପଢା । ତେଣୁ ଚଳିତ ବର୍ଷ ବି କମ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍।

ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ସିଲାବସ୍ ହ୍ରାସ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତବର୍ଷ ହ୍ରାସ ପାଇଥିଲା ପାଠ୍ୟକ୍ରମ, ଚଳିତ ବର୍ଷ ମଧ୍ୟ କମିବ ସିଲାବସ୍। କୋଭିଡ ସ୍ଥିତି ଓ ଅନଲାଇନ ପାଠପଢାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।
ସ୍କୁଲ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି। ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଯାଉଛି। ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।












Click it and Unblock the Notifications