ଆଜିଠୁ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ
ଆଜିଠୁ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ । ଶ୍ରେଣୀ ଗୃହରେ ହେଲା ପାଠ ପଢା । କୋଭଡି ଗାଇଡଲାଇନକୁ ମାନି ଶ୍ରେଣୀଗୃହରେ ହେଲା ଶିକ୍ଷାଦାନ । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିଲା ସ୍କୁଲ ।
ଭୁବନେଶ୍ୱର: ଆଜିଠୁ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ । ଶ୍ରେଣୀ ଗୃହରେ ହେଲା ପାଠ ପଢା । କୋଭଡି ଗାଇଡଲାଇନକୁ ମାନି ଶ୍ରେଣୀଗୃହରେ ହେଲା ଶିକ୍ଷାଦାନ । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିଲା ସ୍କୁଲ । ତେବେ ଅଫଲାଇନ ସହ ଅନଲାଇନରେ ବି ପାଠପଢ଼ା ଜାରି ରହିବ । କାହାକୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବ ନାହିଁ ।

ତେବେ ସ୍କୁଲରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି । ହାତ ଧୋଇବାକୁ ପାଣିର ବ୍ୟବସ୍ଥା ହୋଇଛି । ସାନିଟାଇଜର ବି ରଖାଯାଇଛି । ପ୍ରତିଦିନ ସାନିଟାଇଜ୍ ହେଉଛି ସ୍କୁଲ କ୍ୟାମ୍ପସ୍ । ତେଣୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢାରେ କୌଣସି ସମସ୍ୟା ହେବନି ବୋଲି ଆଶା କରାଯାଉଛି । କୋଭିଡ୍ ଆତଙ୍କ କମୁଥିବାରୁ ଧୀରେ ଧୀରେ ଖୋଲୁଛି ସ୍କୁଲ ଏବଂ ପିଲାଙ୍କ ପାଠପଢା ସ୍ୱାଭାବିକ ହେଉଛି ।
ଆଜିଠୁ ଷଷ୍ଠ, ସପ୍ତମ ଖୋଲିଥିବା ବେଳେ ଏବେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କର ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ଅବଶିଷ୍ଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ କ୍ଲାସ୍ ଖୋଲିନି। ତେଣୁ ପରବର୍ତ୍ତୀ ସମୟରେ ଉକ୍ତ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।












Click it and Unblock the Notifications