ପରୀକ୍ଷା ଦେଇ ନାହାନ୍ତି ୧୪, ୯୩୫ ଜଣ ନବମ ଛାତ୍ରଛାତ୍ରୀ
ମାଟ୍ରିକ ପରେ ନବମ ଶ୍ରେଣୀର ବି ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଆଜି ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଛି ଏହି ଚିନ୍ତାଜନକ ତଥ୍ୟ।
ଭୁବନେଶ୍ୱର: ମାଟ୍ରିକ ପରେ ନବମ ଶ୍ରେଣୀର ବି ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଆଜି ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଛି ଏହି ଚିନ୍ତାଜନକ ତଥ୍ୟ ।

ନବମ ଶ୍ରେଣୀରେ ମୋଟ୍ ୫ ଲକ୍ଷ ୬୬ ହଜାର ୨୬୯ ପଞ୍ଜିକରଣ କରିଛନ୍ତି । ଏଥିମଧ୍ୟରୁ ୫ ଲକ୍ଷ ୫୧ ହଜାର ୩୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୧୪ ହଜାର ୯୩୫ ଜଣ ପରୀକ୍ଷା ଦେଇନାହାନ୍ତି । ଯେଉଁମାନେ ପାସ୍ କରିଛନ୍ତି ସେମାନଙ୍କ ମଧ୍ୟରୁ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧ ଲକ୍ଷ ୧୮ ହଜାର ୭୯୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି
ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ନେଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ରିପୋର୍ଟ ମଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ମେ' ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ। ନାଁ ଲେଖାଇଥିବା ସତ୍ତ୍ୱେ ଏହି ପିଲାମାନେ କାହିଁକି ପରୀକ୍ଷାରେ ଅନୁପସ୍ଥିତ ରହିଲେ, ତା'ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ନିକଟରେ ମାଟ୍ରିକ ପରୀକ୍ଷା ହୋଇଥିଲା । ଏହି ସମୟରେ ୪୩ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ନଥିଲେ । ଏହାପରେ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନେ କାହିଁକି ପାଠ ପଢା ଛାଡୁଛନ୍ତି ତାକୁ ଅନୁଶୀଳନ କରି ସମାଧାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତିା












Click it and Unblock the Notifications