CBSE ଦ୍ବାଦଶ ପରୀକ୍ଷା: ୪୯୯ ମାର୍କ ରଖି ଟପ୍ କଲେ ଓଡିଆ ଝିଅ ଅମ୍ରିତା ବେହୁରା
ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କମାଲ । ମୋଟ୍ ୫୦୦ରୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ସେ ସମସ୍ତ ବିଷୟ - ଇଂରାଜୀ, ବାଣିଜ୍ୟ, ଆକାଉଣ୍ଟାଣ୍ଟି, ଅର୍ଥନୀତି, ଗଣିତ ରେ A1 ଗ୍ରେଡ୍ ସହିତ ପରୀକ୍ଷାରେ ଟପ କରିଛନ୍ତି ।
ଭୁବନେଶ୍ବର: ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କମାଲ । ମୋଟ୍ ୫୦୦ରୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ସେ ସମସ୍ତ ବିଷୟ - ଇଂରାଜୀ, ବାଣିଜ୍ୟ, ଆକାଉଣ୍ଟାଣ୍ଟି, ଅର୍ଥନୀତି, ଗଣିତ ରେ A1 ଗ୍ରେଡ୍ ସହିତ ପରୀକ୍ଷାରେ ଟପ କରିଛନ୍ତି ।

ଅମ୍ରିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁରେ । ଅମ୍ରିତାଙ୍କ ବାପା ଅମୀୟ କୁମାର ବେହୁରା ଆଇଓସିଏଲ୍ରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ଏବଂ ମାଆ ମୀତାରାଣୀ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରନ୍ତି । ସେମାନେ ନୋଏଡାରେ ରହୁଥିବା ବେଳେ ଅମ୍ରିତା ନୋଏଡା ସେକ୍ଟର-୨୭ ସ୍ଥିତ କେମ୍ବ୍ରିଜ ସ୍କୁଲରେ ପାଠ ପଢ଼ନ୍ତି ।

ଅମ୍ରିତା ଆଗକୁ ଜଣେ ଅର୍ଥନୀତିଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି । ପାଠପଢ଼ା ସହ ଅମ୍ରିତା ସମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ରଖଛନ୍ତି । ସେ ପଢ଼ୁଥିବା ସ୍କୁଲରେ ବାୟାନ ନାମକ କ୍ଲବ୍ ଗଠନ କରିଛନ୍ତି ।












Click it and Unblock the Notifications