ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍
ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ମଧ୍ୟ ନୋଟ୍ ବୁକ ଦିଆଯିବ । ଏହି ନୋଟ ବୁକରେ ପିଲାଙ୍କୁ ହୋମ୍ ୱାର୍କ ଦିଆଯିବା ସହିତ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ ।

ଭୁବନେଶ୍ବର: ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ମଧ୍ୟ ନୋଟ୍ ବୁକ ଦିଆଯିବ । ଏହି ନୋଟ ବୁକରେ ପିଲାଙ୍କୁ ହୋମ୍ ୱାର୍କ ଦିଆଯିବା ସହିତ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ଏହା ସାହାଯ୍ୟରେ ପିଲାମାନେ ସ୍କୁଲରେ କଣ ପାଠ ପଢୁଛନ୍ତି ସେ ନେଇ ଅଭିଭାବକ ମାନେ ଜାଣିପାରିବେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଅନ୍ୟପଟେ ଆସନ୍ତା ମାର୍ଚ୍ଚ ୧ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି, ହବରେ ପହଞ୍ଚିସାରିଛି ପ୍ରଶ୍ନପତ୍ର । ସେହିପରି ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷା ହେବ । ଏଥର ସଠିକ ଭାବେ ପରୀକ୍ଷା ପରିଚାଳନା ହେବ, କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ତେବେ ରାଜ୍ୟର ପ୍ରାଥମିକ ସ୍କୁଲଗୁଡିକରେ ଥିବା ଶିକ୍ଷକ ଅଭାବ ପୂର୍ଣ୍ଣ ହେବ । ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡିକରେ ଶିକ୍ଷକ ଅଭାବ ପୂର୍ଣ୍ଣ କରାଯିବ। ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ଗଣଶିକ୍ଷା ପ୍ରତିକ୍ରିୟା ରଖିଛନ୍ତି ।












Click it and Unblock the Notifications