'ମାଟ୍ରିକ୍ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି, ଦୁଇ ନୁହେଁ ଚାରି ବର୍ଷର ଫରଫରମାନ୍ସ ଆଧାରରେ ମାର୍କିଂ ହୋଇଛି'
ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସବୁ କିଛି ସ୍ଵଚ୍ଛତାର ସହ ହୋଇଛି । କୌଣସି ତୃଟି ହୋଇ ନାହିଁ ବୋଲି କହିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବୋର୍ଡ ସଭାପତି ରାମାଶିଷ ହାଜରା।
କଟକ: ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସବୁ କିଛି ସ୍ଵଚ୍ଛତାର ସହ ହୋଇଛି । କୌଣସି ତୃଟି ହୋଇ ନାହିଁ ବୋଲି କହିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବୋର୍ଡ ସଭାପତି ରାମାଶିଷ ହାଜରା।

"ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ଫଳାଫଳକୁ ଆଧାର କରି ନମ୍ବର ଦିଆଯାଇଛି। କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ।ଯାହା ହୋଇଛି ନିୟମ ଅନୁସାରେ ହୋଇଛି।" ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ଗତ ଶୁକ୍ରବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଫଳାଫଳକୁ ନେଇ ଅସନ୍ତୋଷ ଥିବା ଛାତ୍ରଛାତ୍ରୀ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ବୋର୍ଡ ଅଫିସ୍ ସମ୍ମୁଖରେ ହୋ ହାଲ୍ଲା କରିଛନ୍ତି ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକଠାରେ ଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପରିସରରେ ମଧ୍ୟ ସୃଷ୍ଟି ହୋଇଥିଲା ଅଶାନ୍ତମୟ ପରିବେଶର ଦୃଶ୍ୟ ।

ଉଲ୍ଲେଖଥାଉ କି, ମହାମାରୀ କରୋନା ଯୋଗୁଁ ଚଳିତ ଥର ମାଟ୍ରିକ୍ ପରୀକ୍ଷା ବାତିଲ କରିଥିଲେ ରାଜ୍ୟ ସରକାର। ଫଳରେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ ପ୍ରକାଶ କରାଯାଇଛି । ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ। ଚଳିତ ବର୍ଷ ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି। ୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ମଧ୍ୟ ୮୮.୩୦ ପ୍ରତିଶତ ରହିଛି।
ଅନ୍ୟପଟେ ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ। ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।












Click it and Unblock the Notifications