ନବମ ଓ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବନି ସ୍କୁଲ
କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ
ଭୁବନେଶ୍ୱର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଏବେ 200 ପାର୍ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ ଶିକ୍ଷାନୁଷ୍ଠାନ ଆଡକୁ କରୋନା ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସୁଛି । ଇତି ମଧ୍ୟରେ କେବଳ ଭୁବନେଶ୍ୱରରେ ଅନେକ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଲ୍ କରାଯାଇଛି । ତେବେ ଅନ୍ୟପଟରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରଙ୍କ ମଧ୍ୟରେ ଚିନ୍ତା ବଢୁଥିବା ବେଳେ ଆଜି ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସେ କହିଛନ୍ତି କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସମୀର ।












Click it and Unblock the Notifications