NEET PG Exam Postpone: ନିଟ- ପିଜି (NEET-PG) ପ୍ରବେଶିକା ପରୀକ୍ଷା ସ୍ଥଗିତ
ନିଟ- ପିଜି (NEET-PG) ପ୍ରବେଶିକା ପରୀକ୍ଷା ସ୍ଥଗିତ । CSIR-NEET ପରୀକ୍ଷା ପରେ ଏବେ ନିଟ- ପିଜି (NEET-PG) ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଆଉମଧ୍ୟ ଖୁବଶୀଘ୍ର ନୂଆ ପରୀକ୍ଷା ତାରିଖ ସୂଚୀ ଜାରି କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଆଜି (ରବିବାର) ଏହି ପରୀକ୍ଷା ହୋଇଥାନ୍ତା । ଆଜି ଅର୍ଥାତ 23 ଜୁନ୍ 2024 ରବିବାର ଦିନ ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିବା ବେଳେ ଏହାକୁ ଧ୍ୟାନରେ ରଖି ହୋଇଥିବା ଅନିୟମିତତାକୁ ନେଇ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତି ନେଇଛ ।

ଅନ୍ୟପଟେ ନିଟ୍(NEET) ପେପରଲିକ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA)ର ମହାନିର୍ଦ୍ଦେଶକ (DG) ସୁବୋଧ କୁମାରଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏସ ପ୍ରଦୀପ ସିଂହ ଖରୋଲାଙ୍କୁ ଏହି ଅତିରିକ୍ତ NTA DG ଦାୟିତ୍ୱ ପ୍ରଦାନ କରାଯାଇଛି । NEET ପେପର ଲିକ୍ ଓ UGC-NET ପେପର ଲିକ ଘଟଣା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସରକାର ଏହି ମାମଲାରେ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି ।












Click it and Unblock the Notifications