ଜୁଲାଇ ୧୭ରେ ନିଟ୍ (NEET) ପରୀକ୍ଷା: ଭିତରେ ଥିବା ଲିଙ୍କରେ କ୍ଲିକ କରି କରନ୍ତୁ, ଆବେଦନ...
ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍ (NEET) ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ ।
ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍ (NEET) ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ । ପରୀକ୍ଷା ଲାଗି ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀ https://neet.nic.in/ ମାଧ୍ୟମରେ ଆବେଦନ କରିପାରିବେ । ମେ'୬ ତାରିଖ ରହିଛି ଆବେଦନର ଶେଷ ତାରିଖ ।
ଆବେଦନ ପାଇଁ ଏଠାରେ କ୍ଲିକ୍ କରନ୍ତୁ...

ମେ' ୭ ତାରିଖ ରାତି ୧୧ଟା ୫୦ ସୁଦ୍ଧା ଆବେଦନକାରୀ ଅନ୍ ଲାଇନ୍ ରେ ଫି' ଦାଖଲ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଜଣେ ଆବେଦନକାରୀ କେବଳ ଗୋଟିଏ ଆବେଦନ କରିପାରିବେ। ଦେଶର ୫୪୩ ସେଣ୍ଟର ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ଏନ୍ ଟିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବେଦନ ପତ୍ରରେ ପ୍ରାର୍ଥୀମାନେ ନିଜ କିମ୍ବା ଅଭିଭାବକଙ୍କ ଇ-ମେଲ୍ ଆଇଡି, ମୋବାଇଲ ନମ୍ବର ଲେଖିବା ନିହାତି ଆବଶ୍ୟକ ।

ଆବୁଧାବି, ବ୍ୟାଙ୍ଗକକ୍,କଲୋମ୍ବୋ, ଦେହା, ଦୁବାଇ, କାଠମାଣ୍ଡୁ. କ୍ୱାଲାଲୁମ୍ପୁର, କୁଏତ୍, ଲାଗୋସ୍, ମାନାମା, ମାସ୍କର୍ଟ, ରିୟାଦ୍ ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ଗତବର୍ଷ ପରି ଏଥର ମଧ୍ୟ ଓଡିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟାଲାମ୍, ମରାଠି, ପଞ୍ଜାବୀ, ତାମିଲ ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।












Click it and Unblock the Notifications