ବାହାରିଲା ଏନଡିଏ ପରୀକ୍ଷା ଫଳ : ଦେଶରେ ଟପ୍ପର ଭଦ୍ରକ ପୁଅ ରୋନିତ୍
ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ରୋନିତ୍ ରଞ୍ଜନ ନାୟକ
ଭୁବନେଶ୍ୱର । ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ରୋନିତ୍ ରଞ୍ଜନ ନାୟକ । ରୋନିତଙ୍କ ଘର ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ବଛଡା ଗାଁରେ । କ୍ୱାଲାପୁର ସ୍ଥିତ ଆର୍ମ ଇନଷ୍ଟିଚ୍ୟୁଟରେ ଏନଡିଏ ପରୀକ୍ଷା ନେଇ ପ୍ରସ୍ତୁତ ହୋଇଥିଲେ । ଏନଡିଏ ପରୀକ୍ଷାରେ ଏକ ନମ୍ବର ସ୍ଥାନ ପାଇଁ ମୁଁ ବହୁତ ଖୁସି ଏବଂ ଏହା ମୋ ଆଶା ଠାରୁ ବହୁତ ଅଧିକ ବୋଲି କହିଛନ୍ତି ରୋନିତ ।

ଆହୁରି ମଧ୍ୟ ସେ ଏଥିପାଇଁ ଅଧିକ ପରିଶ୍ରମ କରିଥିବା କହିଛନ୍ତି । ଲିଖିତ ପରୀକ୍ଷାରେ ପାସ୍ ହେବା ପରେ ମୌଖିକ ପରୀକ୍ଷା ପାଇଁ ତାଙ୍କୁ ବାଙ୍ଗାଲୋର ଯିବାକୁ ପଡିଥିଲା । ଅପରପକ୍ଷରେ ପ୍ରକାଶ ପାଇଥିବା ଏନଡିଏ ପ୍ରବେଶିକା ପରୀକ୍ଷା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଇନପଡାର ଗୌରବ ନାଥ ମଧ୍ୟ ସଫଳ ହୋଇଛନ୍ତି ।












Click it and Unblock the Notifications