Get Updates
Get notified of breaking news, exclusive insights, and must-see stories!

ୟୁଟ୍ୟୁବରେ ପାଠପଢା ସହ ସବୁ ଶ୍ରେଣୀରେ ହେବ ମାସିକିଆ ପରୀକ୍ଷା

ଅନଲାଇନ ପାଠପଢା ସହ ଏଣିକି ସବୁ ମାସରେ ହେବ ମାସିକିଆ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ୟୁଟ୍ୟୁବରେ ଶିକ୍ଷାଦାନ ଆରମ୍ଭ ହୋଇଛି । ତେବେ ଅନଲାଇନ ପାଠପଢା ସହ ଏଣିକି ସବୁ ମାସରେ ହେବ ମାସିକିଆ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Sameer Dash

ପୁରୀ ଜିଲ୍ଲା ନିମାପଡା ସ୍ଥିତ ଦୁଇଟି ସ୍କୁଲରେ ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ପାଠପଢା ସମୀକ୍ଷା କରିଛନ୍ତି ଶିକ୍ଷାମନ୍ତ୍ରୀ । ଏଣିକି ସବୁ କ୍ଳାସର ହେବ ମାସିକିଆ ପରୀକ୍ଷା । କରୋନା ସମୟର ଅଭିଜ୍ଞତା କୁ ନେଇ ହେବ ନୂଆ ବ୍ୟବସ୍ଥା । ସବୁ ପରୀକ୍ଷାର ଇ-ମୂଲ୍ୟାଙ୍କନ କରାଯିବ । ଇଣ୍ଟରନାଲ୍ ପରୀକ୍ଷା ଫଳର ଡାଟାବେସ୍ ପ୍ରସ୍ତୁତ ହେବ । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ । ହ୍ବାଟସପ ଗ୍ରୁପରେ ଡାଉଟ୍‌ କ୍ଳିୟର କରାଯିବ । ଇ ମୂଲାୟନ ଦ୍ବାରା ଛାତ୍ରଛାତ୍ରୀ ମାନେ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରତି ତିନି ମାସରେ ଥରେ ଶିକ୍ଷକମାନେ ଅନ୍‌ଲାଇନ୍ ସୁବିଧା ନଥିଲେ ବିଦ୍ୟାର୍ଥୀଙ୍କର ପରୀକ୍ଷା ଅଫ୍‌ଲାଇନ୍‌ରେ କରିବେ । ପରେ ଆସେସମେଣ୍ଟ କରି ହେବ ମାର୍କିଂ । ଏନେଇ ଖୁବ୍‌ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆସିବ ନୂଆ ଆପ୍ । ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟରେ ଲାଗୁ ହେବ । ଏପରି ମୂଲ୍ୟାୟନ ନବମରୁ ଦ୍ଵାଦଶ ଛାତ୍ରଛାତ୍ରୀଙ୍କର କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ବିଦ୍ୟାର୍ଥୀଙ୍କର ଏଭଳି ମୂଲ୍ୟାୟନ କରାଯିବ । ଏନେଇ ଖୁବଶୀଘ୍ର ନିୟମାବଳୀ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପ୍ରଥମ ଦିନ ୟୁଟ୍ୟୁବ କ୍ଲାସରେ ୮୦ ପ୍ରତିଶତ ପିଲା ଯୋଡି ହୋଇଛନ୍ତି । ବାକି ପିଲା କାହିଁକି କ୍ଲାସ୍ କରିନାହାନ୍ତି କଣ ଅସୁବିଧା ହୋଇଛି ତାହାର ତର୍ଜମା ଚାଲିଛି । ବିଭାଗ ଏ ବିଷୟରେ ତର୍ଜମା କରୁଛି । କିଛି ଛାତ୍ରଛାତ୍ରୀଙ୍କର ମୋବାଇଲ ନାହିଁ, ଆଉ କିଛି ଛାତ୍ରଛାତ୍ରୀଙ୍କର ଇଣ୍ଟରନେଟ ବ୍ୟବସ୍ଥା ନାହିଁ । ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଶିକ୍ଷକ ମାନେ ମୋବାଇଲ ନଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯିବେ । କାଉନସେଲିଂ କରି ଏକାଠି କରିବେ । ସେମାନଙ୍କ ପାଇଁ ନେଟ୍‌ ଆସେସ୍‌ ଥିବା ସ୍ଥାନ ଚିହ୍ନଟ ହେବ । ସେଠି ଶିକ୍ଷକ ପହଞ୍ଚି ପାଠ ପଢାଇବେ । ଇଣ୍ଟରନେଟ ନଥିବା ସ୍ଥାନରେ ପିଲାମାନେ କେମିତି ପଢିବେ ସେନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ସେ ସମସ୍ୟା ସମାଧାନ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+