ଏଣିକି ପାଠପଢା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା
ସମ୍ବଲପୁର ଜିଲ୍ଲାରେ କ୍ଲାସ ରୁମ ଭିତରକୁ ଶିକ୍ଷକଙ୍କର ମୋବାଇଲ ମନା। ପିଲାଙ୍କୁ ପାଠ ପଢାଇବା ସମୟରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ।
ସମ୍ବଲପୁର: ଜିଲ୍ଲାରେ କ୍ଲାସ ରୁମ ଭିତରକୁ ଶିକ୍ଷକଙ୍କର ମୋବାଇଲ ମନା। ପିଲାଙ୍କୁ ପାଠ ପଢାଇବା ସମୟରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଏପରି କି ସେମାନେ ଶ୍ରେଣୀ କକ୍ଷକୁ ମୋବାଇଲ ମଧ୍ୟ ନେଇ ପାରିବେ ନାହିଁ ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀ ନୋଟିସ ଜାରି କରିଛନ୍ତି। ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ନ ହେବା ଉଦ୍ଦେଶ୍ୟରେ ଏଭଳି ଗାଇଡଲାଇନ୍ ଜାରି କରାଯାଇଥିବା କୁହାଯାଇଛି ।

ଏନେଇ କିଛି ମାସ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପୁଣି ସେହି ନିୟମାବଳୀକୁ ଦୋହରାଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ବିଶେଷ କରି ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ ରୁମରେ ମୋବାଇଲରେ ବ୍ୟକ୍ତିଗତ କଥା ହୋଇପାରିବେନି ବୋଲି ଗାଇଡ୍ଲାଇନ୍ ଜାରି ହୋଇଛି ।
ଏ ନେଇ ସମ୍ବଲପୁର ଡିଇଓ ମୀନାରାଣୀ ମଙ୍ଗଳ କହିଛନ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀ ସାଙ୍ଗରେ ମୋବାଇଲ ଧରି ସ୍କୁଲକୁ ଯାଇପାରିବେ। କିନ୍ତୁ କ୍ଲାସ୍ ରୁମରେ ମୋବାଇଲର ବ୍ୟବହାର କରିପାରିବେ ନାହିଁ। ଯେହେତୁ କ୍ଲାସ୍ ରୁମରେ ଫୋନରେ କଥା ହେଲେ, ପିଲାମାନେ ଡିଷ୍ଟର୍ବ ହେଉଛନ୍ତି, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଡିଇଓ କହିଛନ୍ତି। କିଛି ମାସ ପୂର୍ବରୁ ମୋବାଇଲ କଟକଣା ଜାରି କରାଯାଇଥିବା ବେଳେ ନିକଟରେ ୫ ଦିନ ପୂର୍ବରୁ ପୁଣି ପୂର୍ବ କଟକଣା ଦୋହରାଇଥିବା କହିଛନ୍ତି ଡିଇଓ।












Click it and Unblock the Notifications