‘ମୋ ସ୍କୁଲ୍‍ ଅଭିଯାନ’ ରଚିଲା ନୂଆ ଇତିହାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଇତିମଧ୍ୟରେ ୫ବର୍ଷ ପୂରଣ କରିଛି। ମାତ୍ର ୫ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ପହଞ୍ଚି ‘ମୋ ସ୍କୁଲ୍’ ବିଶ୍ୱର ଅନ୍ୟତମ ସର୍ବ

ଭୁବନେଶ୍ବର: ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଆରମ୍ଭ ହୋଇଥିବା 'ମୋ ସ୍କୁଲ୍ ଅଭିଯାନ' ଇତିମଧ୍ୟରେ ୫ବର୍ଷ ପୂରଣ କରିଛି। ମାତ୍ର ୫ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ପହଞ୍ଚି 'ମୋ ସ୍କୁଲ୍' ବିଶ୍ୱର ଅନ୍ୟତମ ସର୍ବବୃହତ ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମରେ ପରିଣତ ହେବାର ରେକର୍ଡ ସୃଷ୍ଟି କରିଛି । ଏଥିସହ ୨୦୨୨ ଶେଷ ସୁଦ୍ଧା ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ପହଞ୍ଚିବାର ଲକ୍ଷ୍ୟକୁ ହାସଲ କରିଛି 'ମୋ ସ୍କୁଲ୍'।

Mo School

ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ିଥିବା ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ୍ ସହ ଯୋଡ଼ିହୋଇ ତାହାର ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ସଂସ୍ଥା, ବୁଦ୍ଧିଜୀବି, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ବେସରକାରୀ ଅନୁଷ୍ଠାନ ଏବଂ କର୍ପୋରେଟ୍ ସଂସ୍ଥା ମଧ୍ୟ ସରକାରୀ ସ୍କୁଲର ବିକାଶ ପ୍ରକ୍ରିୟାରେ ସହଭାଗୀ ହୋଇଛନ୍ତି। ବିଦେଶରେ ରହୁଥିବା ଓଡ଼ିଆମାନଙ୍କର ଓଡ଼ିଶାର ସ୍କୁଲ୍ ପ୍ରତି ଆଗ୍ରହ ବଢିଛି। ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଥିବା 'ମୋ ସ୍କୁଲ୍ ଅଭିଯାନ' ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଉତ୍ସାହିତ କରୁଛି।

'ମୋ ସ୍କୁଲ୍' ସହ ଯୋଡ଼ି ହୋଇଥିବା ପୁରାତନ ଛାତ୍ରଛାତ୍ରୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ସ୍କୁଲଗୁଡ଼ିକର ବିକାଶ ପାଇଁ କେବଳ ଆର୍ଥିକ ସହାୟତା ଯୋଗାଇ ଦେଇନାହାନ୍ତି, ପିଲାମାନଙ୍କୁ ପଢ଼ାଇବା, କ୍ରୀଡ଼ା ଓ ଶିକ୍ଷା ଉପକରଣ ଆଦି ଦାନ କରିବା, ସ୍କୁଲର ବିଭିନ୍ନ କାର୍ଯ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିବା ସହ ନିଜ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟୁଛନ୍ତି। ଭବିଷ୍ୟତ ପିଢ଼ିଙ୍କୁ ଦକ୍ଷ କରି ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ପୁରାତନ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ଭୁକ୍ତି ଦ୍ୱାରା ଓଡ଼ିଶାରେ ସ୍କୁଲ୍ ଶିକ୍ଷାର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇଛି। ରାଜ୍ୟର ପ୍ରତି ଦୁଇଜଣରେ ଜଣେ ପିଲା ଏହାଦ୍ୱାରା ଉପକୃତ ହୋଇଛନ୍ତି। 'ମୋ ସ୍କୁଲ୍ ଅଭିଯାନ' ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ୪୫ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ନିକଟରେ ପଢିବାରେ ସଫଳ ହୋଇଛି।

'ମୋ ସ୍କୁଲ୍ ଅଭିଯାନ' ମାଧ୍ୟମରେ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସ୍କୁଲ୍ଗୁଡ଼ିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି, ଯାହାମଧ୍ୟରେ ଶ୍ରେଣୀଗୃହ ନିର୍ମାଣ, ନବୀକରଣ, ସ୍ମାର୍ଟ କ୍ଲାସ୍ରୁମ୍, ପାଠାଗାର, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ୍ ପାରିପାଶ୍ୱିର୍କ ପରିବେଶର ବିକାଶ ଆଦି ରହିଛି। ଏହାସହ ସ୍କୁଲ୍ଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ସହ ମିଳିତ ଭାବରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦକ୍ଷତା ବିକାଶ ଦିଗରେ ମଧ୍ୟ 'ମୋ ସ୍କୁଲ୍' କାର୍ଯ୍ୟ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+