୭୦% ସିଲାବସରେ ମାଟ୍ରିକ ଅଫଲାଇନ ପରୀକ୍ଷା ହେବ: ଗଣଶିକ୍ଷା ମନ୍ତ୍ରୀ
ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କୁ ପୁଣି ପରୀକ୍ଷା ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।
ଭୁବନେଶ୍ବର: ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କୁ ପୁଣି ପରୀକ୍ଷା ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, ଯେଉଁମାନେ ମାଟ୍ରିକ୍ ରେଜଲ୍ଟକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପୁଣି ଥରେ ପରୀକ୍ଷା ଦିଅନ୍ତୁ । ୧୫ ଦିନ ଭିତରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଉଦ୍ୟମ କରାଯିବ । ଫରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା କ୍ଷେତ୍ରରେ ମଧ୍ୟ ଏହି ନମ୍ବରକୁ ବିଚାରକୁ ନିଆଯିବ ।
ତେବେ ୭୦ ପ୍ରତିଶତ ସିଲାବସକୁ ନେଇ ମାଟ୍ରିକ ପରୀକ୍ଷା ହେବ । କୋଭିଡ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବା ସେନେଇ ବୋର୍ଡ ନିଷ୍ପତି ନେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।












Click it and Unblock the Notifications