ଆସନ୍ତା ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ
ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତଥର ନୂଆ ପଦ୍ଧତିରେ ପରୀକ୍ଷା ହୋଇଛି । ଥ୍ରୀ-ଫେଜ୍ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି ।
ଭୁବନେଶ୍ୱର: ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତଥର ନୂଆ ପଦ୍ଧତିରେ ପରୀକ୍ଷା ହୋଇଛି । ଥ୍ରୀ-ଫେଜ୍ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ରେ ଶେଷ ହୋଇଥିଲା । କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ମାଟ୍ରିକ ପରୀକ୍ଷା ହୋଇଥିଲା । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ପରୀକ୍ଷା ପରେ ଖାତାଦେଖା ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇଥିଲା ।












Click it and Unblock the Notifications