ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ବର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ୮୦ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଜୁଲାଇ ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

www.bseodisha.ac.inରେ ଲଗଅନ କରି ଆଡମିଟ କାର୍ଡ ପାଇପାରିବେ ବୋଲି ସୂଚନା ଦିଆଯାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ପରୀକ୍ଷାରେ ସାମିଲ ଛାତ୍ରଛାତ୍ରୀମାନେ ମେ' ୨୬ରୁ ଜୁନ୍ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କରିଥିଲେ ।












Click it and Unblock the Notifications