Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର ୯ରୁ ମାଟ୍ରିକ୍ ଖାତା ଦେଖା: ଜାଣନ୍ତୁ କେବେ ବାହାରିବ ପରୀକ୍ଷା ଫଳ ?

ଆସନ୍ତା ଡିସେମ୍ବର ୯ରୁ ମାଟ୍ରିକ୍ ଖାତା ଦେଖା । ଶେଷ ହୋଇଛି ମାଟ୍ରିକ ସମେଟିଭ-୧ ପରୀକ୍ଷା । ଆସନ୍ତା ଡିସେମ୍ବର ୯ରୁ ମୂଲ୍ୟାୟନ ଆରମ୍ଭ ହେବ ।

କଟକ: ଆସନ୍ତା ଡିସେମ୍ବର ୯ରୁ ମାଟ୍ରିକ୍ ଖାତା ଦେଖା । ଶେଷ ହୋଇଛି ମାଟ୍ରିକ ସମେଟିଭ-୧ ପରୀକ୍ଷା । ଆସନ୍ତା ଡିସେମ୍ବର ୯ରୁ ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ତାଙ୍କ କହିବା ଅନୁଯାଇ, ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ । ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ଜାରି ରହିବ । ଖାତା ଦେଖାକୁ ୧୦ ଦିନରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ଫଳ ଘୋଷଣାର ତାରିଖ ଧାର୍ଯ୍ୟ କାରାଯିବ ।

Matric Summative-1 Exam

ନଭେମ୍ବର 23 ତାରଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ସମେଟିଭ ଆସେସମେଣ୍ଟ-1 ପରୀକ୍ଷା । ରାଜ୍ୟରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ ପରୀକ୍ଷା ହୋଇଥିଲା । ପରୀକ୍ଷାର୍ଥୀ ମାନେ ସକାଳ ୯ଟାରୁ ହଲରେ ପ୍ରବେଶ କରିଥିଲେ ।

ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିଲା । ଚଳିତ ବର୍ଷ ୫ଲକ୍ଷ ୪୦ ୭୧୨ ଜଣ ପରୀକ୍ଷା ୩୦ଜାର ୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ମଧ୍ୟମାରେ ୨ହଜାର ୯୧୪ଜଣ ପରିକ୍ଷାର୍ଥୀ ୧୦୮ଟି କେନ୍ଦ୍ର ଓ ଓପନ ସ୍କୁଲ ସାର୍ଟିଫିକେଟ୍ ପାଇଁ ୭ହଜାର୧୮୧ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+