ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବ । ୧୮ ତାରିଖ ଦିନ ୧୦ଟା ବେଳେ ପ୍ରକାଶ ପାଇବ ଫଳାଫଳ ।
ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ୱେବସାଇଟକୁ ଯାଇ କିମ୍ବା ଏସଏମଏସ୍ କରି ପରୀକ୍ଷା ଫଳ ଜାଣିହେବ । www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଜାଣିହେବ । ସେହିପରି ଏସଏମଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ ।

ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରେଜଲ୍ଟ ଜନିତ ଅସୁବିଧା ଥିଲେ, କଣ୍ଟ୍ରୋଲ ରୁମ୍କୁ କଲ୍ କରି ଅଭିଯୋଗ କରିବେ। ଏନେଇ ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ।












Click it and Unblock the Notifications