ପରୀକ୍ଷା ହୋଇନି, ତଥାପି ଫେଲ୍ ହେଲେ: ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଉ ଥରେ ଦେଇ ପାରିବେ ପରୀକ୍ଷା
ପ୍ରଥମ ଥର ଶିକ୍ଷା ବିଭାଗ ଇତିହାସରେ ବିନା ପରୀକ୍ଷାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହୋଇଛି ।
ଭୁବନେଶ୍ୱର: ପ୍ରଥମ ଥର ଶିକ୍ଷା ବିଭାଗ ଇତିହାସରେ ବିନା ପରୀକ୍ଷାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହୋଇଛି । ଏଥିରେ ୭୭୦୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ପରୀକ୍ଷା ଫଳ ଘୋଷଣା କରିବା ଅବସରରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ମୋଟ ୫, ୭୪, ୧୨୫ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ମୋଟ ପାସ୍ ହାର ୯୭.୮% ରହିଛି। ସେହିପରି ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ଆଉ ୨୨୫୬ ଜଣ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରି ନାହାନ୍ତି। ଅନ୍ୟପକ୍ଷରେ ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି।
ଅନ୍ୟପଟେ ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ। ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।
ଏହାସହ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନଙ୍କ ମନରେ ଯେଉଁ ଶଙ୍କା ରହିଛି ଯେ ଆମେ ଏବେ ଯେଉଁ ପରୀକ୍ଷା ଦେବୁ ତାହା ଯୁକ୍ତ ୨ ଆଡମିସନରେ ବ୍ୟବହାର ହେବ ନା ନାହିଁ । ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି ଏହି ରେଜଲ୍ଟ ବାହାରିବା ଯାଏଁ ସାମ୍ସ ପୋର୍ଟାଲ ଖୋଲା ରହିବ ।












Click it and Unblock the Notifications