ପୁଣି ହେବ ଦଶମ ପରୀକ୍ଷା, ଜୁଲାଇ ୩୦ରୁ ମାଟ୍ରିକ୍ ଅଫଲାଇନ ପରୀକ୍ଷା
ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ୍ ଅଫଲାଇନ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ବିକଳ୍ପ ମାଟ୍ରିକ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ ।
ଭୁବନେଶ୍ୱର: ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ୍ ଅଫଲାଇନ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ବିକଳ୍ପ ମାଟ୍ରିକ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ । ପ୍ରତ୍ୟେକ ଦିନ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ହେଲେ କେବଳ ଗଣିତ ପରୀକ୍ଷା ୧୨ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ଟାଇମ୍ଟେବୁଲ୍ ପ୍ରକାଶ ପାଇଛି ।

ଅଫ୍ଲାଇନ୍ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖରୁ ଅନ୍ଲାଇନ୍ ଫର୍ମଫିଲପ୍ ଆରମ୍ଭ ହେବ । ଜୁଲାଇ ୫ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ। ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି ।
ଚଳିତ ଥରର ରେକର୍ଡ କରିଛି ମାଟ୍କିର ପାସ୍ ହାର । ଏଥର ୯୭.୮୯ ପ୍ରତିଶତ ପିଲା ପାସ୍ କରିଛନ୍ତି । ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ । ତାମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ପିଲା ପାସ୍ କରିଥିଲେ । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେଥିପାଇଁ ବିନା ପରୀକ୍ଷା ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications