Get Updates
Get notified of breaking news, exclusive insights, and must-see stories!

ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ମାସରେ ମାଟ୍ରିକ ଅଫଲାଇନ ପରୀକ୍ଷା

ବୋର୍ଡ କହିଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବେ, ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ଫର୍ମ ଫିଲ୍‌ଅପ୍ ଆରମ୍ଭ ହେବ।

କଟକ: ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବହୁ ଶିକ୍ଷାବିତ୍ ଓ ଜିଲ୍ଲାର ଡିଇଓଙ୍କ ସହ ଆଲୋଚନା କରିଥିଲୁ । ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

 Matric Offline Exam

ଅନ୍ୟପକ୍ଷରେ ବୋର୍ଡ କହିଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବେ, ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ଫର୍ମ ଫିଲ୍‌ଅପ୍ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ଫର୍ମ ଫିଲ୍‌ଅପ୍ ଶେଷ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି।

ସ୍କୁଲ୍ ମାନେ ମାର୍କ ଅପଲୋଡ୍ କରିବା ପରେ ମୂଲ୍ୟାୟନ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ବାତିଲ୍ ପରେ ବୋର୍ଡ କର୍ତ୍ତୃପକ୍ଷ ଶିକ୍ଷାବିତ୍, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରିଥିଲା । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଦଶମର ୩ଟି ଅଭ୍ୟାସ ଟେଷ୍ଟର ୨ଟି ସର୍ବୋଚ୍ଚ ମାର୍କକୁ ନେଇ ଫଳ ପ୍ରକାଶିତ ହୋଇଛି । ଏହି ସବୁ ମାର୍କକୁ ସ୍କୁଲ୍ କର୍ତ୍ତୃପକ୍ଷ ଅପଲୋଡ୍ କରିଥିଲେ । ତାପରେ ବିଗତ ୪ ବର୍ଷର ଫଳାଫଳ ମଧ୍ୟ ଆନାଲିସିସ୍ କରାଯାଇଥିଲା । ସୁରୁଖୁରୁରେ ପିଲାଙ୍କ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପଦକ୍ଷେପ ନେଇଥିଲା । ସିବିଏସଇ ଗୋଟିଏ ବର୍ଷ ମାର୍କ ନେଇଛି, ଆମେ ନେଇନୁ ବୋଲି କହିଛନ୍ତି ବୋର୍ଡର ଉପ ସଭାପତି ।

ସୂଚନାଯୋଗ୍ୟ, ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍କୁଲ୍‌ର ପିଲାଏ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ପୁରୀ, କଟକ, ଭୁବନେଶ୍ୱର, ଭଦ୍ରକ ଓ ଅନ୍ୟ କିଛି ସ୍ଥାନରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିବା ବେଳେ ପୁନଃମୂଲ୍ୟାୟନ ଦାବି କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ସ୍କୁଲ୍‌ର ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+