ମାଟ୍ରିକ ଡ୍ରପଆଉଟ୍ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା
ପ୍ରଥମଥର ପାଇଁ ହେବ ମାଟ୍ରିକ ଡ୍ରପଆଉଟ ପିଲାଙ୍କ ପାଇଁ ପରୀକ୍ଷା । ମାଟ୍ରିକ ଡ୍ରପଆଉଟ୍ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ପ୍ରଥମଥର ପାଇଁ ହେବ ମାଟ୍ରିକ ଡ୍ରପଆଉଟ ପିଲାଙ୍କ ପାଇଁ ପରୀକ୍ଷା । ମାଟ୍ରିକ ଡ୍ରପଆଉଟ୍ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଚଳିତ ବର୍ଷ ୧୩ ହଜାର ୫୮ ପିଲା ଫର୍ମ ଫିଲଅପ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି । ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବ । ପରୀକ୍ଷା ଦେଉ ନଥିବା ପିଲାଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଗତବର୍ଷ ୪୫ ହଜାର ପିଲା ମାଟ୍ରିକ ଦେଇ ନଥିଲେ । ବର୍ତ୍ତମାନ ଏହି ସଂଖ୍ୟା କମିଛି ବୋଲି କହିଛନ୍ତି ମନ୍ତ୍ରୀ । ଯେଉଁ ପିଲାମାନେ ପରୀକ୍ଷା ଦେଇ ନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଥାଉ କି, ଚଳିତ ବର୍ଷ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ସୂଚନା ମିଳିଛି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ାରେ ୪୨୫ ଜଣ, ଜଗତସିଂହପୁରରେ ୨୩୫ ଜଣ, ଖୋର୍ଦ୍ଧାରେ ୪୯୪ ଜଣ, କୋରାପୁଟରେ ୬୮୬ ଜଣ, ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।
ସେହିଭଳି ବାଲେଶ୍ୱରରେ ୧୧୫୮, ବଲାଙ୍ଗୀରରେ ୧୧୯୯ ଜଣ, କଳାହାଣ୍ଡିରେ ୭୬୬ ଜଣ, ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନଥିଲେ । ଅନ୍ୟପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ ଶହରୁ ଅଧିକ ପିଲା ପରୀକ୍ଷା ଦେଇ ନାହାନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାର ସମେଟିଭ୍-ୱାନରେ ରାଜ୍ୟରେ ମୋଟ ୧୩ ହଜାର ୫୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।












Click it and Unblock the Notifications