ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ, ଜାଣନ୍ତୁ କେବେ ହେବ ପରୀକ୍ଷା ?
ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରାମର୍ଶ ଦେଇଛନ୍ତି । ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ । ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶା ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, ଚଳିତ ମାସରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରୁ ସରକାର ସମସ୍ତ ସ୍କୁଲ୍ ଓ କଲେଜ ଗୁଡ଼ିକୁ ବନ୍ଦ କରି ଦେଇଛନ୍ତି। ଏବେ ଅନ୍ଲାଇନ୍ରେ ପାଠପଢ଼ା ଚାଲିଛି । ତେବେ ଇତିମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ପିଲାମାନଙ୍କୁ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଉଛି। ତେଣୁ ଆମର ଆଗ୍ରହ ରହିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଠିକ୍ ସମୟରେ କରିବାକୁ। ଯଦି ସେମିତି କିଛି ବିଶେଷ ପରିସ୍ଥିତି ସୃଷ୍ଟି ହୁଏ, ତା'ହେଲେ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବା ଉଚିତ୍।
ଜାନୁଆରୀ ୩ ତାରିଖରୁ ସରକାର ରାଜ୍ୟରେ ପ୍ରାଥମିକ ସ୍କୁଲ୍ ଗୁଡ଼ିକୁ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଦୈନିକ କରୋନା ସଂକ୍ରମଣ ବଢ଼ିବାରୁ ଏଥିରୁ ନିବୃତ୍ତ ରହିବା ସହିତ ଅନ୍ୟ ସବୁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ସ୍କୁଲ୍ ଗୁଡ଼ିକ ବନ୍ଦ ହେବା ପରେ ଦ୍ୱିତୀୟ ସପ୍ତାହରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଥିଲା। ତେବେ ଅନ୍ଲାଇନ୍ରେ ପାଠପଢ଼ା ଜାରି ରହିଛି।












Click it and Unblock the Notifications