ମଲାଇକା ଅରୋରାଙ୍କ ଜବରଦସ୍ତ ଡ୍ୟାନ୍ସ କଲା ସିନେପ୍ରେମୀଙ୍କୁ ମତୁଆଲା, ରିଲିଜ୍ ହେଲା 'An Action Hero'ର ନୂଆ ଗୀତ

ମଲାଇକା ଅରୋରାଙ୍କ ଜବରଦସ୍ତ ଡ୍ୟାନ୍ସ କଲା ସିନେପ୍ରେମୀଙ୍କୁ ମତୁଆଲା, ରିଲିଜ୍ ହେଲା 'An Action Hero'ର ନୂଆ ଗୀତ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର 'An Action Hero'ଚର୍ଚ୍ଚାରେ ରହିଛି । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ମଲାଇକା ଅରୋରା ଦୀର୍ଘ ଦିନ ପରେ ପୁଣି ଏକ ଆଇଟମ୍ ଗୀତରେ ନିଜ ଜଲୱା ଦେଖାଇ ଫ୍ୟାନ୍ସଙ୍କୁ କରିଛନ୍ତି ମତୁଆଲା । 'An Action Hero'ର ଆଇଟମ୍ ଗୀତ 'ଆପ୍ ଜେସା କୋଇ' ଶନିବାର ମୁକ୍ତିଲାଭ କରିଛି । ମଲାଇକାଙ୍କର ଏହି ଗୀତ ବଲିଉଡର ଭେଟେରାନ୍ ଅଭିନେତ୍ରୀ ଜିନତ୍ ଅମାନଙ୍କ ଆଇକନିକ୍ ଗୀତର ରିମେକ୍ ।

Malaika Arora

ଦୀର୍ଘ ଦିନ ଧରି ଫିଲ୍ମରେ ମଲାଇକାଙ୍କ ଆଇଟମ୍ ନମ୍ବର ଦେଖିବା ପାଇଁ ମିଳି ନଥିଲା । 'ଆପ୍ ଜେସା କୋଇ' ଗୀତରେ ମଲାଇକା ଆରୋରା ନିଜ ଡ୍ୟାନ୍ସ ଜରିଆରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ମଲାଇକାଙ୍କର ଏହି ନୂତନ ଗୀତଟି ହେଉଛି ଅଭିନେତ୍ରୀ ଜିନତ ଅମାନଙ୍କ ଫିଲ୍ମ 'Qurbani'ର ଆଇଟମ୍ ଗୀତର ରିମେକ୍ ।

ଏହି ଗୀତରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ମଲାଇକା ଆରୋରା ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି । କେବଳ ଏତିକି ନୁହେଁ, ଗୀତରେ ମଲାଇକା ଆରୋରାଙ୍କ ଗ୍ଲାମର୍, ତାଙ୍କ ଡ୍ରେସ୍, ମେକଅପର ଯାଦୁ ସୋସିଆଲ ମିଡିଆର ସେନସେସନକୁ ଡବଲ୍ କରୁଛି । ମଲାଇକା ଆରୋରା 'ମୁନ୍ନି ବାଦନାମ୍', 'ହୋଠ୍ ରସିଲେ' ଏବଂ 'ଅନାରକଲି ଡିସ୍କୋ ଚଲି' ପରି ଅନେକ ଆଇଟମ୍ ଗୀତରେ ନିଜର ଡ୍ୟାନ୍ସ ଦକ୍ଷତା ବିସ୍ତାର କରିଥିଲେ ।

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'An Action Hero'ଡିସେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଆୟୁଷ୍ମାନଙ୍କ ବ୍ୟତୀତ ଅଭିନେତା ଜୟଦୀପ ଅହଲୱତଙ୍କୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ମଲାଇକା ଆରୋରାଙ୍କ ବ୍ୟତୀତ ଏହି ଫିଲ୍ମରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା ଫତେହିଙ୍କର ଏକ ଜବରଦସ୍ତ ଆଇଟମ୍ ଡ୍ୟାନ୍ସ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+