ସ୍କୁଲରେ ପାଠପଢ଼ା ବେଳେ ହେଲା ବଜ୍ରପାତ, 10 ଛାତ୍ରଛାତ୍ରୀ ଗୁରୁତର
ସ୍କୁଲରେ ପାଠପଢ଼ା ବେଳେ ହେଲା ବଜ୍ରପାତ । 10 ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ । ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦେବଗଡ଼: ସ୍କୁଲ ଉପରେ ବଜ୍ରପାତ । ସ୍କୁଲରେ ପାଠପଢ଼ା ବେଳେ ହେଲା ବଜ୍ରପାତ । 10 ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ । ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି ।

ଗୁରୁତର ଛାତ୍ରଛାତ୍ରୀମାନେ ହେଲେ କୁଟୁରାପଶି ଗ୍ରାମର ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ସାଲିନୀ ସାହୁ, ସାଲିନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ । ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି । ବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଠପଢା ଚାଲିଥିବାବେଳେ ଦିନ 1ଟା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁଁ ଗୁରୁତର ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବଜ୍ରପାତର ପ୍ରଭାବରେ ସ୍କୁଲ ଘର ଛାତ କଣା ହୋଇଯାଇଥିବା ସୂଚନା ମିଳିଛି। ସେହିପରି ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରୀର ବିଦ୍ୟୁତ ବଲ୍ବ ପୋଡି ଯିବା ସହିତ ଶ୍ରେଣୀ କୋଠରୀ ଚଟାଣ ଫାଟି ଯାଇଛି ।












Click it and Unblock the Notifications