ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ
ପ୍ରକାଶ ପାଇଲା JEE (ମେନ୍) ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE (ମେନ୍) ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା। ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋର କାର୍ଡ jeemain.nta.nic.in ରୁ ଡାଉନଲୋଡ୍ କରିପାରିବେ ।

କେମିତି ଚେକ୍ କରିବେ ଜେଇଇ ମେନ୍ ରେଜଲ୍ଟ ?
- ୧: ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।
୨: ହୋମପେଜରେ 'JEE Main session 1 results'ଲିଙ୍କରେ କ୍ଲିକ୍ କରନ୍ତୁ ।
୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।
୪: ସବିଶେଷ ତଥ୍ୟ ପୂରଣ କରିବା ପରେ 'ସବମିଟ୍' ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୫ : JEE ମେନ୍ ସେସନ୍-୧ ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।
ଫାଇନାଲ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ। ଚଳିତ ମାସ ୨୧ରୁ ୩୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ JEE (ମେନ୍) ପରୀକ୍ଷା ହେବ। JEE (ମେନ୍)ର ରେଜଲ୍ଟ ଆଧାରର JEE ଆଡଭାନସନଡ୍ ପାଇଁ ଚୟନ କରାଯିବ।












Click it and Unblock the Notifications