ଆସିଲା ଜେଇଇ ମେନ୍ ରେଜଲ୍ଟ , ଗୌତମ ଦାସ ହେଲେ ରାଜ୍ୟ ଟପ୍ପର

ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଜେଇଇ ମେନ୍ 2021 ଫଳାଫଳ ପ୍ରକାଶ କରିଛି ।

JEE Main 2021 result: ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଜେଇଇ ମେନ୍ 2021 ଫଳାଫଳ ପ୍ରକାଶ କରିଛି । ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାରେ ସମୁଦାୟ 6 ଜଣ ଛାତ୍ର 100 ପ୍ରତିଶତ ହାସଲ କରିଛନ୍ତି । ଏଥିମଧ୍ୟରେ ଦିଲ୍ଲୀର ଦୁଇଜଣ ଛାତ୍ର ଅଛନ୍ତି, ପ୍ରତ୍ୟେକ ରାଜସ୍ଥାନ, ଚଣ୍ଡିଗଡ଼, ମହାରାଷ୍ଟ୍ର ଏବଂ ଗୁଜୁରାଟର। ସମସ୍ତ ପରୀକ୍ଷାର୍ଥୀ ହେଉଛନ୍ତି ବାଳକ।

JEE Main Result

ସେହିପରି ଓଡ଼ିଶାର ଗୌତମ ଦାସ ସର୍ବାଧିକ ୯୯ ଦଶମିକ ୯୯ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ତେବେ ଜେଇଇର ପେପର ଟୁ ଏ ଓ ଟୁ ବି ର ଫଳାଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶର ଅନାମୁଲା ଜୟା ଚୈତନ୍ୟ 99.996 ପ୍ରତିଶତ ପଏଣ୍ଟ ହାସଲ କରି ଶୀର୍ଷ ମାନ୍ୟତା ପାଇଛନ୍ତି | ତାମିଲନାଡୁର ଥିରୁଭାରୁଲ ପି 99.95 ପ୍ରତିଶତ ପଏଣ୍ଟ ସହ ଏନସିଏଲ ବର୍ଗରେ ଶୀର୍ଷରେ ରହିଛନ୍ତି।

ଜେଇଇ ମେନରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡିମିଶନ ସହ ଆଇଆଇଟି ସ୍କ୍ରିନିଂ ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥର ଜେଇ ପରୀକ୍ଷା ପ୍ରଥମ ଥର ଲାଗି ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ପରୀକ୍ଷାର୍ଥୀମାନେ jeemain.nta.nic.in and nta.ac.in ୱେବସାଇଟ୍‌ ଯାଇ ଏନଟିଏ ସ୍କୋରକାର୍ଡ ଡାଉନଲୋଡ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+