ପ୍ରକାଶ ପାଇଲା JEE MAIN ରେଜଲ୍ଟ
ପ୍ରକାଶ ପାଇଲା JEE MAIN ରେଜଲ୍ଟ । ଜେଇଇ ମେନ ସେସନ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି ।
ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE MAIN ରେଜଲ୍ଟ । ଜେଇଇ ମେନ ସେସନ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି । ପରୀକ୍ଷାର୍ଥୀ ଙ୍କ ସ୍କୋରକାର୍ଡ ଏବଂ କ୍ୟାଟେଗୋରୀ ଆଧାରରେ କଟ-ଅଫ୍ ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି । ପରିକ୍ଷାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟ୍ Jeemain.Nta.Nic.In ରେ ଭିଜିଟ କରି ରେଜଲ୍ଟ ଚେକ୍ କରିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ସହାୟତାରେ ପରୀକ୍ଷାର୍ଥୀ ବେୱସାଇଟରେ ଲଗଇନ କରି ନିଜ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।

ସେସନ ୨ରେ ପରୀକ୍ଷା ପାଇଁ ମୋଟ ୬ ଲକ୍ଷ ୨୨ ହଜାର ପ୍ରାର୍ଥୀ ପଞ୍ଜିକରଣ କରିଥିଲେ । ହେଲେ ୫ ଲକ୍ଷ ୪୦ ହଜାର ୨୪୨ ଜଣ ପରୀକ୍ଷା ଦେଇଥିଲେ । ତେବେ ୭ଟି ପ୍ରଶ୍ନକୁ ଡ୍ରପ କରାଯାଇଛି । ଉତ୍ତର ସହ ମିଳୁନଥିବାରୁ ଏହି ପ୍ରଶ୍ନଗୁଡ଼ିକୁ ଡ୍ରପ କରାଯାଇଛି । ଏହି ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ କୌଣସି ମାର୍କ ମିଳିବ ନାହିଁ । ସୂଚନାଥାଉ କି, ଗତ ଜୁଲାଇ ୧୧ ତାରିଖରେ ଜେଇଇ ମେନ୍ ସେସନ-୧ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।












Click it and Unblock the Notifications