JEE Main Result: ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ, ଅନ୍ୱେଷ ଶୁଭମ ଓଡ଼ିଶା ଟପ୍ପର
ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ । ଏନଟିଏ (NTA) ପକ୍ଷରୁ ପରୀକ୍ଷା ଫଳାଫଳ ନେଇ ଘୋଷଣା ହୋଇଯାଇଛି । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି ।
ଚଳିତ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ଏନଟିଏ ସ୍କୋର ହୋଇଥିବା ରେକର୍ଡ କରାଯାଇଛି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର ଛାତ୍ରୀ ନାହାନ୍ତି ।

ତେବେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି । ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସୂଚନା ଅନୁସାରେ, ଗତବର୍ଷ ୧୩ ଜଣ ପ୍ରାର୍ଥୀ ହିଁ ୧୦୦ ପର୍ସାଣ୍ଟାଇଲ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏଥିରେ ଦୁଇ ଜଣ ଛାତ୍ରୀ କର୍ଣ୍ଣାଟକରୁ ସାନଭୀ ଜୈନ ଏବଂ ଦିଲ୍ଲୀର ସାୟନା ସିହ୍ନା ଏଥିରେ ସାମିଲ ରହିଛନ୍ତି । ଏହାବ୍ୟତୀତ ଅନ୍ୟ ୧୧ ଜଣ ଛାତ୍ର ଏଥିରେ ଉନ୍ନୀତ ହୋଇଛନ୍ତି । ଗତବର୍ଷ ମାତ୍ର ଜଣେ ଛାତ୍ରୀ ୧୦୦ ପର୍ସାଣ୍ଟାଇଲ ସ୍କୋର କରିବାକୁ ସକ୍ଷମ ହୋଇ ପାରିଥିଲେ । କିନ୍ତୁ ଚଳିତବର୍ଷ ସାଧାରଣ ବର୍ଗର ଆଶାୟୀଙ୍କ ପାଇ ଜେଇଇ(ଆଡଭାନ୍ସଡ) ପାଇଁ କଟ୍-ଅଫ୍ ୯୩.୨୩ ରଖାଯାଇଛି । ତେବେ ୨୦୨୩ରେ ଏହା ୯୦.୭୭ଥିବା ବେଳେ ୨୦୨୨ରେ ୮୮.୪ ରହିଥିଲା ।












Click it and Unblock the Notifications