ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକା: ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ୪
ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛି । ତେବେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ ।
ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକା-୨୦୨୧ । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆଇଆଇଟି ମାଡ୍ରାସ୍ । ଲଗାତାର ତୃତୀୟ ବର୍ଷ ଲାଗି ଆଇଆଇଟି ମାଡ୍ରାସ ଏହି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛି । ତେବେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । ଓଡ଼ିଶାର ସୋଆ ୩୭ ନମ୍ବରରେ ଥିବା ବେଳେ କିଟ୍ ୩୯, ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି । ଅନ୍ୟପଟେ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ୨୦, କିଟ୍ ୨୧ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ନମ୍ବର ସ୍ଥାନରେ ରହିଛି ।
ତାଲିକାର ଦ୍ୱିତୀୟ ସ୍ଥାନରେ ଆଇଆଇଟି ବେଙ୍ଗାଲୁରୁ, ୩ୟରେ ଆଇଆଇଟି ବମ୍ବେ, ଦିଲ୍ଲୀ, କାନପୁର, ଖଡଗପୁର, ରୁରକି, ଗୌହାଟି ପରେ ନବମ ସ୍ଥାନରେ ଜେଏନୟୁ ଏବଂ ଦଶମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି । ସେହିପରି ସର୍ବଶ୍ରେଷ୍ଠ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଭାବେ ଶୀର୍ଷରେ ରହିଛି ଆଇଆଇଏସ୍ସି, ବେଙ୍ଗାଳୁରୁ । । ଦ୍ୱିତୀୟ ଜେଏନଏୟ ଓ ତୃତୀୟରେ ବିଏଚୟୁ ଅଛି । ଅନ୍ୟପଟେ ଚତୁର୍ଥ ସ୍ଥାନରେ ରହିଛି କୋଲକାତା ବିଶ୍ୱବିଦ୍ୟାଳୟ ।












Click it and Unblock the Notifications