ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ , ସନ୍ଧ୍ୟା ୫ଟାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ
ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ । ସନ୍ଧ୍ୟା ୫ଟାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ । www.cisce.org ଓ www.results.cisce.org ୱେବସାଇଟରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ ।
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ICSE ଦଶମ ରେଜଲ୍ଟ । ସନ୍ଧ୍ୟା ୫ଟାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ ।
www.cisce.org ଓ www.results.cisce.org ୱେବସାଇଟରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ । ଏହାସହ 09248082883 ନମ୍ବରକୁ SMS କରି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ ।

ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଟର୍ମ-୧ ଏବଂ ଟର୍ମ-୨ ପରୀକ୍ଷାର ମାର୍କରୁ ରେଜଲ୍ଟ ପ୍ରସ୍ତୁତ ହୋଇଛି । ICSE ଦଶମ ପରୀକ୍ଷାର ଟର୍ମ-୨ ନଭେମ୍ବର ୨୦୨୧ରେ ହୋଇଥିଲା । ସେହିଭଳି ଟର୍ମ-୨ ଏପ୍ରିଲ ୨୫ରୁ ମେ ୨୩ ଯାଏ ଚାଲିଥିଲା । ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ପରୀକ୍ଷା ଫଳ ପ୍ରକାଶ ପରେ ଆଜିଠାରୁ ଆସନ୍ତା ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାର୍କ ଯାଞ୍ଚ ଲାଗି ଆବେଦନ କରିପାରିବେ । ଏଥିଲାଗି ପେପର ପିଛା ୧ ହଜାର ଟଙ୍କା ଜମା ଦେବାକୁ ପଡ଼ିବ । ସେମିଷ୍ଟାର ୧ ଓ ସେମିଷ୍ଟାର ୨କୁ ସମାନ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ବୋର୍ଡ ସମ୍ପାଦକ ଗେରି ଆରାଥୁନ ।
ଗତବର୍ଷ କୋଭିଡ୍ ଯୋଗୁ ICSE ଓ ISC ପରୀକ୍ଷା ହୋଇ ପାରିନଥିଲା। ବିକଳ୍ପ ମାର୍କିଂ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ବିକଳ୍ପ ମାର୍କିଂ ବ୍ୟବସ୍ଥାରେ ୨ ଲକ୍ଷ ୭ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଲକ୍ଷ ୬ ହଜାର ଛାତ୍ରଛାତ୍ରୀ ପାସ୍ କରିଥିଲେ । ଗତ ବର୍ଷ ପାସ୍ ହାର ୯୯. ୭୬ ପ୍ରତିଶତ ରହିଥିଲା।












Click it and Unblock the Notifications