ପ୍ରକାଶ ପାଇଲା ICSE ଦଶମ ବୋର୍ଡ ରେଜଲ୍ଟ
ପ୍ରକାଶ ପାଇଲା ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ । ଏଥର ଝିଅମାନେ ବାଜି ମାରି ନେଇଛନ୍ତି । ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ରହିଛି ।
ନୂଆଦିଲ୍ଲୀ: ପ୍ରକାଶ ପାଇଲା ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ । ଏଥର ଝିଅମାନେ ବାଜି ମାରି ନେଇଛନ୍ତି । ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ରହିଛି । ସେହିପରି ମୋଟ ପାସ୍ ହାର ୯୯. ୯୭ ରହିଛି ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଆଇସିଏସଇର ୱେବସାଇଟ୍ cisce.org ଏବଂ results.cisce.orgରେ ନିଜର ରେଜଲ୍ଟ ଦେଖିପାରିବେ। ଏଥି ସହିତ ଛାତ୍ରଛାତ୍ରୀ ନିଜର ରେଜଲ୍ଟ ମୋବାଇଲ ଫୋନରେ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଏଥିପାଇଁ ICSEକୁ 09248082883ରେ SMS କରିବାକୁ ପଡିବ।
ମେ ମାସରେ CISCE ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା କରିଥିଲା। ଏହି ପରୀକ୍ଷାରେ ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଅତି କମରେ ୩୩ ପ୍ରତିଶତ ମାର୍କ ଆଣିବା ଆବଶ୍ୟକ। ଏହି ବର୍ଷ ICSE ଶ୍ରେଣୀ ଦଶମ ସେମିଷ୍ଟାର ୨ ପରୀକ୍ଷା ୨୫ ଏପ୍ରିଲରୁ ଆରମ୍ଭ ହୋଇ ମେ ୨୩ ତାରିଖରେ ଶେଷ ହୋଇଥିଲା। ଏଥର ମୋଟ ୯୯.୯୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବୋର୍ଡ ଦ୍ୱାରା ପ୍ରକାଶିତ ଫଳାଫଳ ଅନୁଯାୟୀ ଏଥର ୪ ଜଣ ଛାତ୍ର ୯୯.୮% ମାର୍କ ରଖିଛନ୍ତି। ଏହା ସହିତ ୩୪ ଜଣ ଛାତ୍ର ୯୯.୬% ମାର୍କ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଗତବର୍ଷ କୋଭିଡ୍ ଯୋଗୁ ICSE ଓ ISC ପରୀକ୍ଷା ହୋଇ ପାରିନଥିଲା। ବିକଳ୍ପ ମାର୍କିଂ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ବିକଳ୍ପ ମାର୍କିଂ ବ୍ୟବସ୍ଥାରେ ୨ ଲକ୍ଷ ୭ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଲକ୍ଷ ୬ ହଜାର ଛାତ୍ରଛାତ୍ରୀ ପାସ୍ କରିଥିଲେ । ଗତ ବର୍ଷ ପାସ୍ ହାର ୯୯. ୭୬ ପ୍ରତିଶତ ରହିଥିଲା ।












Click it and Unblock the Notifications