ଆସିଲା ୨୦୨୩ ବର୍ଷା ପାଇଁ କଲେଜ ଛୁଟି ତାଲିକା, ଜାଣନ୍ତୁ କେଉଁ ଦିନ ବନ୍ଦ ରହିବ ପିଲାଙ୍କ କ୍ଲାସ ?
ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ କଲେଜ୍ ମାନଙ୍କ ପାଇଁ ଛୁଟି ତାଲିକା ପ୍ରକାଶ କରାଯାଇଛି ।
ଭୁବନେଶ୍ବର: ଆଉ କେଇଟା ଦିନ ପରେ ଶେଷ ହୋଇଯିବ ବର୍ଷ ୨୦୨୨ । ଆଗକୁ ଆସୁଛି ବର୍ଷ ୨୦୨୩ । ତେବେ ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ କଲେଜ୍ ମାନଙ୍କ ପାଇଁ ଛୁଟି ତାଲିକା ପ୍ରକାଶ କରାଯାଇଛି ।
ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ , ସ୍ବୟଂଶାସିତ କଲେଜ୍ ଗୁଡ଼ିକ ପାଇଁ ଏହି ଛୁଟି ଘୋଷଣା ହୋଇଛି । ତେବେ ବର୍ଷ ୨୦୨୩ରେ ମୋଟ୍ ୭୨ଟି ଛୁଟି ଦିନ ରଖାଯାଇଛି । ମେ' ୬ରୁ ଜୁନ୍ ୧୯ ପର୍ଯ୍ୟନ୍ତ ୩୮ଦିନ ଧରି ଗ୍ରୀଷ୍ମ ଛୁଟି ରହିବ। ଏହା ବ୍ୟତୀତ ଅକ୍ଟୋବର ୨୧ରୁ ୨୮ ପର୍ଯ୍ୟନ୍ତ ପୂଜା ଛୁଟି ହେବ। ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି ।

କଲେଜ କର୍ତ୍ତୃପକ୍ଷ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ। ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଲାଗି ୫ଟି ଅପସ୍ନାଲ ଛୁଟି ଦିବସ ରହିଛି । କର୍ମଚାରୀ ମାନେ ଯେକୌଣସି ଦିନ ଛୁଟି ନେଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।












Click it and Unblock the Notifications