H3N2 ଭାଇରସ ଭୟ: କାଲିଠୁ ୨୬ ଯାଏଁ ସ୍କୁଲ ବନ୍ଦ
ପୁଡୁଚେରୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ: ଚାରି ଆଡେ ଏବେ H3N2 ଭାଇରସ ଭୟ । କରୋନା ଭାଇରସ ପରେ ଏବେ ଏଚ୩ଏନ୨ ଭୟ । ଏହି ଭାଇରସ୍ ପାଇଁ ସାରା ଦେଶରେ ଏବେ ଯାଏଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ପାଖାପାଖି ୩୫୨ଟି ମାମଲା ସାମ୍ନାକୁ ଆସିଛି ।
ତେବେ ଏସବୁ ଭିତରେ ପୁଡୁଚେରୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଏହି ନିର୍ଦ୍ଦେଶନାମା ପୁଡୁଚେରୀ, କାରାଇକାଲ, ମାହେ ଓ ୟାନାମରେ ଲାଗୁ ହେବ । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ ଅଧିକାଂଶ ଛୋଟ ପିଲା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହେଉଛନ୍ତି । ଆଗକୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବାରୁ ସରକାର ୧୦ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ତେବେ କେବଳ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଛୁଟି କରାଯାଇଛି ।
ମିଡିଆ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଅହମ୍ମଦାବାଦରେ ମେଡିକାଲ ପାଠ ପଢୁଥିବା ଜଣେ ଛାତ୍ର ତାଙ୍କ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ । ଫେରିବା ପରେ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କର ଟେଷ୍ଟ୍ କରିବାରୁ ଜଣାପଡିଥିଲା ସେ କୋଭିଡ୍-୧୯ ଏବଂ ଏଚ୍୩ଏନ୨ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ଅବସ୍ଥାରେ ଗତ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ନୂଆ ଭୂତାଣୁ ଏଚ୍୩ଏନ୨କୁ ନେଇ ଚିନ୍ତା ବଢିଯାଇଛି ।












Click it and Unblock the Notifications