ଆଇଆଇଟି ଗାନ୍ଧିନଗରରେ ପ୍ରଥମ ଅଷ୍ଟ୍ରେଲିଆ- ଭାରତ ଶିକ୍ଷା ଏବଂ କୌଶଳ ପରିଷଦ ବୈଠକ

ଗାନ୍ଧୀନଗର: ଆଇଆଇଟି ଗାନ୍ଧିନଗରରେ ପ୍ରଥମ ଅଷ୍ଟ୍ରେଲିଆ- ଭାରତ ଶିକ୍ଷା ଏବଂ କୌଶଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଟି ଗାନ୍ଧୀନଗରରେ ଅନୁଷ୍ଠିତ ପ୍ରଥମ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ କୌଶଳ ପରିଷଦ ବୈଠକ(ଏଆଇଇଏସସି) ବୈଠକରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଚିହ୍ନଟ କରାଯାଇଥିବା ପ୍ରାଥମିକତା କ୍ଷେତ୍ରରେ 'ଅଧିକ ସହଯୋଗ, ଅଧିକ ଭାଗିଦାରୀ ଏବଂ ଅଧିକ ମୋବିଲିଟି ପାଇଁ ମାର୍ଗ ପ୍ରଶସ୍ତ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏଆଇଇଏସସି ବୈଠକରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବ୍ୟାପକ ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ । ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ୨୦୨୩ ଅଷ୍ଟ୍ରେଲିଆ ଏବଂ ଭାରତ ପାଇଁ ଏକ ଐତିହାସିକ ବର୍ଷ ।ପ୍ରଥମ ଥର ପାଇଁ ଶିକ୍ଷା ଓ ଦକ୍ଷତାକୁ ସମାନ ଆନୁଷ୍ଠାନିକ ମଞ୍ଚ ଅଧୀନରେ ଅଣାଯାଇଛି ।

ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଦିଗରେ ବୈଠକ ଫଳପ୍ରଦ ହୋଇଛି । ଆମର ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରାଥମିକ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ଶିକ୍ଷା ଏବଂ କୌଶଳ ଜ୍ଞାନ ସେତୁକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି, ଜଳ ପରିଚାଳନା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସ୍ୱାସ୍ଥ୍ୟସେବା, ଏଆଇ, ଅକ୍ଷୟ ଉର୍ଜା ଏବଂ ଜଳବାୟୁ ପରିବର୍ତ୍ତନ ଭଳି କ୍ଷେତ୍ରରେ ଅଧିକ ଗବେଷଣାଭିତ୍ତିକ ସହଯୋଗକୁ ସୁଗମ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଜି ୫ଟି ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ଏମଓୟୁ ଦ୍ୱାରା ଅତ୍ୟାଧୁନିକ ଶିକ୍ଷା, ଗବେଷଣା ଓ ଉନୋଭେସନ, ଛାତ୍ରଛାତ୍ରୀ ଓ ଅଧ୍ୟାପକ ବିନିମୟ ସହ ଅଧିକ ଡୁଆଲ୍ ଡିଗ୍ରୀ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ । ଦଶନ୍ଧିର ଫଳାଫଳ ଭିତ୍ତିକ ରୋଡମ୍ୟାପ୍ ଉପରେ ଗୁରୁତ୍ୱାରୋପ କରି ଏଆଇଇଏସସି ଉଭୟ ଅଷ୍ଟ୍ରେଲିଆ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନା କରିବାର ଚାବିକାଠି ହେବ । ଶିକ୍ଷାକୁ ଏକ ମୁଖ୍ୟ ପ୍ରସଙ୍ଗ ଭାବରେ ଗ୍ରହଣ କରି ଅଷ୍ଟ୍ରେଲିଆ ଏବଂ ଭାରତ ପରସ୍ପରର ଅର୍ଥନୀତିକୁ ପରିପୂରକ କରିବା ସହ ବିଶ୍ୱସ୍ତରୀୟ ଆବଶ୍ୟକତା ମଧ୍ୟ ପୂରଣ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ କୌଶଳ ପରିଷଦ ବୈଠକରେ ସୁଦୃଢ଼ ଜ୍ଞାନ ସେତୁ ନିର୍ମାଣ, ଶିକ୍ଷା ଓ ଦକ୍ଷତା ବିକାଶରେ ଦୁଇ ଦେଶର ପ୍ରାଥମିକତାକୁ ଆଗକୁ ନେବା, ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଏବଂ ଜ୍ଞାନ କ୍ଷେତ୍ରକୁ ଭାରତ ଅଷ୍ଟ୍ରେଲିଆ ବନ୍ଧୁତାର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ଉତ୍ପେରକ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଆଇଆଇଟି ଗାନ୍ଧିନଗରରେ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ସ୍ୱାଗତ କରିବା ଅବସରରେ କହିଥିଲେ ଆମର କ୍ରମାଗତ ବୈଠକ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଭାଗିଦାରୀର ବଢୁଥିବା ଶକ୍ତି ଏବଂ ଗତିଶୀଳତାର ପ୍ରମାଣ । ଅଷ୍ଟ୍ରେଲିଆର ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବୈଠକ ସମୟରେ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପ ପ୍ରତିଷ୍ଠା, ଦକ୍ଷତା ସହଯୋଗ, ଯୁଗ୍ମ ଡିଗ୍ରୀ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି, ଇସିସିଇରେ ସହଯୋଗ, ଭାରତରେ ଅଧ୍ୟୟନ, ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ସମେତ ଭାରତୀୟ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର୍ସଙ୍କ ପାଇଁ ଭିସା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ହୋଇଛି । ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବ୍ୟାପକ ସମୀକ୍ଷା ହୋଇଛି । ଉଭୟ ଦେଶର ଶିକ୍ଷା ଏବଂ ଦକ୍ଷତା ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+