Get Updates
Get notified of breaking news, exclusive insights, and must-see stories!

ମୋ ସ୍କୁଲ ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷାରେ ଦକ୍ଷ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର : ମୋ ସ୍କୁଲ୍ ଅଭିଯାନ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ସଫଳ ନିଦର୍ଶନ । ମୋ ସ୍କୁଲ୍ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏବଂ ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟିକରିଛି । ଏହି ଅଭିଯାନର ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତ ଭାବରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ମୋ ସ୍କୁଲ

ପାଠପଢା ସହ ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ମୋ ସ୍କୁଲ୍ ପଦକ୍ଷେପ ନେଇଛି। ମୋ ସ୍କୁଲ୍ ସହ ଲୋକଙ୍କର ଯେଉଁ ବିଶ୍ୱାସ ଓ ଭରସା ଯୋଡ଼ି ହୋଇରହିଛି ତାହାକୁ ଧରିରଖିବା ଆମ ଦାୟିତ୍ୱ । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚିବା ପାଇଁ ଆମର ପ୍ରୟାସ ଜାରି ରହିଛି ଓ ରହିବ । ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ମୋ ସ୍କୁଲ୍ ମାଧ୍ୟମରେ ସେମାନେ ପଢିଥିବା ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ ବୋଲି ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ କହିଛନ୍ତି ।

ଶୁକ୍ରବାର ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ମୋ ସ୍କୁଲ୍ ଅଭିଯାନର ୯ମ ପରିଳନା ପରିଷଦ ବୈଠକରେ ଯୋଗଦେଇ ଶ୍ରୀମତୀ ବାଗ୍ଚୀ କହିଥିଲେ, ମୋ ସ୍କୁଲ୍ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁ ଲସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି । ସ୍କୁଲଗୁଡିକରେ ଚାଲିଥିବା ପ୍ରକଳ୍ପଗୁଡ଼ିକ କିଭଳି ଠିକ୍ ସମୟରେ ଶେଷହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ଏହାର ସୁଫଳ ପାଇପାରିବେ ସେଥିଲାଗି ମୋ ସ୍କୁଲ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ପଦ କ୍ଷେପ ହାତକୁ ନିଆଯାଇଛି ।
ସେହିଭଳି କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟକୁ ପ୍ରାଥମିକତା ଦିଆଯାଉଥିବା ସେ କହିଥିଲେ ।

Mo School Abhijan

୫-ଟି ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ସ୍ୱଚ୍ଛତା ବଜାୟ ପାଇଁ ଗୋଷ୍ଠୀ ସହଭାଗିତା ଓ ସମ୍ପୃକ୍ତିକୁ ଗୁରୁତ୍ୱ ଦିଆଯାଉଛି । ୩,୪୧୫ଟି ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ୍ ପରିଚାଳନା କମିଟି ସଦସ୍ୟମାନଙ୍କୁ ନେଇ ବୈଠକର ଆୟୋଜନ କରାଯାଇଛି ଏବଂ ରୂପାନ୍ତରୀକରଣ ପ୍ରକ୍ରିୟାରେ ସେମାନଙ୍କ ସହଯୋଗ ଲୋଡ଼ାଯାଇଛି । ଏହାସହ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଦକ୍ଷତା ବିକାଶ, ଶକ୍ଷିାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି, ଶିକ୍ଷା ଉପକରଣ ଆଦି ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିଭଳି ମୋ ସ୍କୁଲ୍ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ ଜଣ ଲେଖାଁଏ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବାକୁ ସ୍ଥିର ହୋଇଥିଲା ।

ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ସେବା ପ୍ରଦାନ ମାଧ୍ୟମରେ ସେମାନଙ୍କୁ ସ୍କୁଲରେ ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ଉତ୍ସାହିତ କରାଯିବ । ଏଥିପାଇଁ ପ୍ରତ୍ୟେକ ସ୍କୁଲ୍ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଏବଂ ସେମାନେ ବର୍ତ୍ତମାନ କଣ କରୁଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରିବ । ସ୍କୁଲ୍ସ୍ତରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ସ୍କୁଲ୍ରେ କ୍ରୀଡ଼ା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଏହାସହ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଟକ୍ ସେସନ୍, ମେଣ୍ଟରିଂ ଓ କ୍ୟାରିୟର୍ କାଉନ୍ସେଲିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ରତି ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ସ୍କୁଲ୍ ଏବଂ ନିକଟସ୍ଥ
ଅଞ୍ଚଳରେ ବୃକ୍ଷରୋପଣ, କିଚେନ୍ ଗାର୍ଡେନ୍ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗିତାଭିତ୍ତିକ କାର୍ଯ୍ୟକ୍ରମର
ଆୟୋଜନ କରାଯିବ ।

କୋଭିଡ୍-୧୯ ମହାମାରୀ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ପଲାମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହାର ଭରଣା ପାଇଁୟୁନିସେଫ୍ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଆସନ୍ତା ୨ ବର୍ଷ ପାଇଁ ମୋ ସ୍କୁଲ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ପ୍ରଥମେ ପ୍ରାଥମିକ ବିଦ୍ୟାଳୟକୁ ଏବଂ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି । ବୈଠକରେ ମୋ ସ୍କୁଲ୍ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ
ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଳନା ଅଧିକାରୀ ଶ୍ରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାର, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାରଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ଓ ଖୋର୍ଦ୍ଧା ପିଡିଡିଆର୍ଡିଏ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+