ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ, ଏଠାରେ ଦେଖନ୍ତୁ ପୂରା ପରୀକ୍ଷା ସୂଚୀ
ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ରାଜ୍ୟର ୩ ହଜାର ୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ମେଟିଭ୍ ପରୀକ୍ଷା ଚାଲିବ ।
କଟକ: ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ରାଜ୍ୟର ୩ ହଜାର ୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ମେଟିଭ୍ ପରୀକ୍ଷା ଚାଲିବ । ଏନେଇ ଆଜି ବୋର୍ଡ ଅଫିସରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ।

ପ୍ରଥମେ ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଏହାପରେ ଥିଓରି ପରୀକ୍ଷା ହେବ । ଏହି ପରୀକ୍ଷା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦୧୨ଟି ସ୍କୁଲରେ ହେବ ପରୀକ୍ଷା। ସେଥିପାଇଁ ପିଲାମାନଙ୍କୁ ରୋଲ୍ ନମ୍ୱର ଦରକାର। ତେଣୁ ପରୀକ୍ଷାର ବହୁ ପୂର୍ବରୁ ଚଳିତବର୍ଷ ଆଡ୍ମିଟ୍ କାର୍ଡ ବୋର୍ଡ ୱେବସାଇଟ୍ରେ ଅପ୍ଲୋଡ୍ କରାଯାଇଛି। ପିଲାମାନେ ସେହି ଆଡ୍ମିଟ୍ କାର୍ଡକୁ ଡାଉନ୍ଲୋଡ୍ କରିବେ।
ନଭେମ୍ବର ୨୩ରେ ଇଂରାଜୀ, ୨୫ରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟିକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଓ ୩୦ରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ ।
ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଛନ୍ତି । ଏହି ପରୀକ୍ଷା ରାଜ୍ୟର ୩୦୨୯ଟି ପରୀକ୍ଷା କେନ୍ଦ୍ରରେ କରାଯିବ । ସେହିପରି ୩୧୬ ନୋଡାଲ ସେଣ୍ଟର ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ । ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆଜିଠାରୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ସୂଚନା ଦିଆଯାଇଛି ।
କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ତିଆରି କରାଯିବ। ଏହାଛଡ଼ା ଆଉ ୭୫ଟି ସ୍କ୍ୱାର୍ଡ କରିବା ପାଇଁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ନୋଡାଲ୍ ସ୍କୁଲ ଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ୨୨ଟି ନୋଡାଲ୍ ସେଣ୍ଟର ଥାନାରେ କରାଯାଇଛି। କନ୍ଧମାଳରେ ୭, କୋରାପୁଟ୍ରେ ୫ ଓ ମାଲକାନଗିରି ଜିଲ୍ଲାରେ ୧୦ଟି ସେଣ୍ଟର ହୋଇଛି ବୋଲି ବୋର୍ଡ ଉପ ସଭାପତି କହିଛନ୍ତି।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications