CPET 2022: ଅନଲାଇନ ପିଜି ଆଡମିଶନ ପାଇଁ ଘୋଷଣା ହେଲା ତାରିଖ
2022-23 ବର୍ଷ ପାଇଁ କମନ ପିଜି ପ୍ରବେଶିକା ପରୀକ୍ଷା (CPET-2022) ଏବଂ PG ଅନଲାଇନ୍ ଆଡମିଶନ ପାଇଁ ଓଡିଶା ଉଚ୍ଚଶିକ୍ଷା ବିଭାଗ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି ।
ଭୁବନେଶ୍ୱର: 2022-23 ବର୍ଷ ପାଇଁ କମନ ପିଜି ପ୍ରବେଶିକା ପରୀକ୍ଷା (CPET-2022) ଏବଂ PG ଅନଲାଇନ୍ ଆଡମିଶନ ପାଇଁ ଓଡିଶା ଉଚ୍ଚଶିକ୍ଷା ବିଭାଗ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି । ଆସନ୍ତା ଜୁନ୍ 27 ତାରିଖରେ www.samsodisha.gov.in ୱେବସାଇଟରେ ଅନଲାଇନ୍ କମନ ଫର୍ମ (CAF) ଉପଲବ୍ଧ ହେବ ।

ସେହିପରି ଜୁଲାଇ 12ରୁ ଆବେଦନ ଆରମ୍ଭ ହେବ । ତେବେ ଜୁଲାଇ 13 ଏବଂ 14 ତାରିଖରେ ଆବେଦନ ଫର୍ମର ସଂଶୋଧନ ୱିଣ୍ଡୋ ଖୋଲିବା । ମାତ୍ର କୌଣସି ନୂଆ ଫର୍ମ ଆବେଦନ ହୋଇପାରିବ ନାହିଁ ।
ସେହିପରି ଜୁଲାଇ 20 ତାରିଖ ଅପରାହ୍ନ 2ଟାରୁ ଆବେଦନ କାରୀ ଛାତ୍ରଛାତ୍ରୀମାନେ ହଲ୍ ଟିକେଟ୍ ବା ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ଅଗଷ୍ଟ 1 ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।












Click it and Unblock the Notifications