Get Updates
Get notified of breaking news, exclusive insights, and must-see stories!

କଲେଜ କର୍ତ୍ତୃପକ୍ଷ ବହନ କରିବେ ଅତିଥି ଅଧ୍ୟାପକଙ୍କ ଦରମା

ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜରେ ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକମାନଙ୍କ ଦରମା କଲେଜ୍ ପରିଚାଳନା କର୍ତ୍ତୃପକ୍ଷ ବହନ କରିବେ

ଭୁବନେଶ୍ୱର । ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜରେ ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକମାନଙ୍କ ଦରମା କଲେଜ୍ ପରିଚାଳନା କର୍ତ୍ତୃପକ୍ଷ ବହନ କରିବେ । ଉଚ୍ଚଶିକ୍ଷା ବିଭାଗ କୌଣସି ଅତିଥି ଅଧ୍ୟାପକଙ୍କ ଦରମା ବହନ କରିବ ନାହିଁ । ଯେଉଁ କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଥିବେ ସଂପୃକ୍ତ କଲେଜ ହିଁ ସେମାନଙ୍କୁ ଦରମା ଦେବ ।

ଉଚ୍ଚ ଶିକ୍ଷା ବିଭାଗ

ଉକ୍ତ ନିଷ୍ପତି ନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସମସ୍ତ ଡିଗ୍ରୀ କଲେଜର ଅଧକ୍ଷମାନଙ୍କୁ ଚିଠି ଲେଖିଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆଶୁଥିବା ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ କଲେଜମାନଙ୍କରେ ଆବଶ୍ୟକ ସ୍ଥଳେ ଅତିଥି ଶିକ୍ଷକମାନଙ୍କୁ ନିଯୁକ୍ତ କରି ପାରିବେ । ଏ ସଂକ୍ରାନ୍ତୀୟ ନିଷ୍ପତି ମଧ୍ୟ ସଂପୃକ୍ତ କଲେଜ୍ କର୍ତ୍ତୃପକ୍ଷ ନେଇ ପାରିବେ । ତେବେ ଅଧ୍ୟାପକଙ୍କ ଦରମା କଲେଜ୍ ନିଜସ୍ୱ ପାଣ୍ଠିରୁ ବହନ କରିବ । ଉଚ୍ଚଶିକ୍ଷା ବିଭାଗ ଅତିଥି ଅଧ୍ୟାପକମାନଙ୍କୁ ଦରମା ପ୍ରଦାନ କରିବ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+