ଆଜିଠୁ ଖୋଲିଲା ଏକାଦଶ ଶ୍ରେଣୀ: କଲେଜ ଆସିଲେ ଛାତ୍ରଛାତ୍ରୀ
ପୂଜା ଛୁଟି ପରେ ଗୁରୁବାରଠାରୁ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି । କଲେଜରେ ପାଦ ଥାପିଛନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀ । କୋଭିଡ଼ କଟକଣାରେ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏଁ ପାଠପଢ଼ା ହୋଇଛି ।
ଭୁବନେଶ୍ୱର: ପୂଜା ଛୁଟି ପରେ ଗୁରୁବାରଠାରୁ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି । କଲେଜରେ ପାଦ ଥାପିଛନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀ । କୋଭିଡ଼ କଟକଣାରେ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏଁ ପାଠପଢ଼ା ହୋଇଛି ।

ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବ୍ରୋଟୋରୀ, ଶୌଚାଳୟ ଆଦିକୁ ବିଶୋଧନ କରାଯାଇଛି। ପିଇବା ପାଣି, ସାନିଟାଇଜର ଆଦି ପର୍ଯ୍ୟାପ୍ତ ସୁବିଧା ରଖାଯାଇଛି। କରୋନାକୁ ନଜରରେ ରଖି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ପିଲାଙ୍କୁ ସ୍କୁଲ ନେବା ଆଣିବା ଦାୟିତ୍ୱ ଅଭିଭାବକମାନେ ତୁଲାଇବେ। ସ୍ୱତନ୍ତ୍ର ଆଇସୋଲେସନ୍ ରୁମ୍ ରଖିବା, କ୍ଲାସରୁମରେ ୨୦ରୁ ୨୫ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଟାଇମ ଟେବୁଲ ପ୍ରସ୍ତୁତ କରିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପଦକ୍ଷେପ ନେଇଛନ୍ତି।
ଅଭିଭାବକଙ୍କ ସହମତିପତ୍ର ଆଣି ଛାତ୍ରଛାତ୍ରୀ ଅଫ୍ଲାଇନ୍ କ୍ଲାସରେ ଅଂଶଗ୍ରହଣ କରିଛନ୍ତି । କଣ୍ଟେନ୍ମେଣ୍ଟ ଜୋନ୍ ମଧ୍ୟରେ ଥିବା ବିଦ୍ୟାଳୟ ଖୋଲି ନାହିଁ। ଏଭଳି ଜୋନ୍ ଅଧୀନରେ ଆସୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସି ପାରିବେ ନାହିଁ।
କଲେଜ ଖୋଲିବା ସହ ଆଜିଠୁ ହଷ୍ଟେଲଗୁଡ଼ିକ ଆରମ୍ଭ। ହଷ୍ଟେଲରେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନିୟମିତ ସଫା କରିବାକୁ କୁହାଯାଇଛି। ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications