ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ, ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି
ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ ହୋଇଛି। ଉଭୟେ ପରସ୍ପରକୁ ପିଟିଛନ୍ତି। ଏହା ସହ ହଷ୍ଟେଲରେ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି।
ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲୁ ଖୋଲୁ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ । ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ ହୋଇଛି। ଉଭୟେ ପରସ୍ପରକୁ ପିଟିଛନ୍ତି। ଏହା ସହ ହଷ୍ଟେଲରେ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି।

ଏଥିରେ ଉଭୟ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ବଡଗଡ଼ ଥାନା ପକ୍ଷରୁ ୩୦ ଜଣଙ୍କୁ ଅଟକ ରଖାଯାଇଛି। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ହୋଇଥିବା ଜଣାପଡିଛି। ଏହାସହ ଜାତିଆଣ ଆକ୍ଷେପ ଯୋଗୁ ସଂଘର୍ଷ ତୀବ୍ରତର ହୋଇଛି। କଲେଜ ସାମ୍ନାରେ ଧାରଣାରେ ବସି ରହିଛନ୍ତି ଶତାଧିକ ଛାତ୍ରଛାତ୍ରୀ।
ମିଳିଥିବା ସୂଚନା ଅନୁସାର, ଗତକାଲି କଲେଜର ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଆକ୍ରୋଶ ସୃଷ୍ଟି ହୋଇଥିଲା। ପୋଲିସ୍ ଉପସ୍ଥିତିରେ ଏହା ସମାଧାନ ହୋଇଥିଲା। ହେଲେ ଆଜି ସକାଳେ ଆମ୍ବେଦକର ହଷ୍ଟେଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଖାରବେଳ ହଷ୍ଟେଲକୁ ପଶି ଆସି ଝରକାକବାଟ ଭଙ୍ଗାରୁଜା କରିବା ସହ ଛାତ୍ରମାନଙ୍କୁ ମାରପିଟ କରିଥିଲେ।












Click it and Unblock the Notifications