ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ଏନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ଏନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

www.orissaresults.nic.in ରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ। ତେବେ କେତେବେଳେ ରେଜଲ୍ଟ ବାହାରିବ ସେ ସମ୍ପର୍କରେ ଆଜି ସ୍ପଷ୍ଟ ସୂଚନା ଦିଆଯିବ ।
ତେବେ କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ଏବଂ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କର ମୂଲ୍ୟାୟନ କରାଯାଇଛି। ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷା ଫଳ ବାହାରିଥିଲା। ଦୁଇ ସପ୍ତାହ ମଧ୍ୟରେ କଳା ଫଳ ପ୍ରକାଶ ହେବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ।
ସୂଚନାଯୋଗ୍ୟ, ଯୁକ୍ତ ୨ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି। ଏଥିରୁ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ବିଜ୍ଞାନରେ ଏକ୍ସ ରେଗୁଲାର ପାସ୍ ହାର ୭୧.୨୭% ରହିଛି।












Click it and Unblock the Notifications