ଯୁକ୍ତ ଦୁଇ ପରୀକ୍ଷାରେ କପି ମୁକ୍ତ ପାଇଁ ପ୍ରୟାସ: ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍
ଯୁକ୍ତ ଦୁଇ ପରୀକ୍ଷାରେ କପି ମୁକ୍ତ ପାଇଁ ପ୍ରୟାସ। ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍। CHSE ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ।
"ରାଜ୍ୟରେ ଆଉ କିଛିଦିନ ପରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ କପି ରୋକିବା ଏକ ବଡ଼ ଚିନ୍ତା ପାଲଟିଛି । ପୂର୍ବରୁ ରାଜ୍ୟ ସ୍ତରୀୟ ସ୍କ୍ବାଡ୍ ରହିଥିବାବେଳେ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଗଠନ କରାଯିବ । ଆସନ୍ତା ଫେବ୍ରୁଆରୀ 18 ତାରିଖରେ ଯୁକ୍ତ ଦୁଇ ଲିଖିତ ପରୀକ୍ଷା ରହିଛି । ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍। କାରଣ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ସ୍କ୍ବାଡ୍ ପହଞ୍ଚି ପାରୁନଥିଲେ। ରାଜ୍ୟସ୍ତରୀୟ ସ୍କ୍ବାଡ୍ ଗଠନ ହେଉଥିଲା। ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ କରି ସଫଳତା ପାଇଥିଲୁ ।

ତାକୁ ଦୃଷ୍ଟିରେ ରଖି ଚଳିତ ଥର ସବୁ ଜିଲ୍ଲାରେ ସ୍କ୍ବାଡ୍ ମୁତୟନ ହେବେ। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟିଏ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ CHSE ବହନ କରିବ। ଏଥର କଡାକଡି ଭାବେ ଦେଖାଯିବ ଯେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ" ବୋଲି କହିଛନ୍ତି CHSE ର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ।
କେଉଁ ଦିନ କେଉଁ ବିଷୟ ପରୀକ୍ଷା:
୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମଆଇଏଲ (ଓଡ଼ିଆ) ପରୀକ୍ଷା। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ । ୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ।












Click it and Unblock the Notifications